34.1 C
Bhubaneswar
Thursday, August 20, 2026
Homeଓଡିଶାହୀରାକୁଦରେ ବଢୁଛି ବନ୍ୟାଜଳ: ଖୋଲିଲା ଆଉ ୨ ଗେଟ୍

ହୀରାକୁଦରେ ବଢୁଛି ବନ୍ୟାଜଳ: ଖୋଲିଲା ଆଉ ୨ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ବଢୁଛି । ଖୋଲିଲା ଜଳଭଣ୍ଡାରର ଆଉ ୨ଟି ଗେଟ । ୧୭ଟି ଗେଟ ଜରିଆରେ ହେଉଛି ଜଳ ନିଷ୍କାସନ । ଉପରମୁଣ୍ଡରେ ବର୍ଷାର ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣି ଥରେ ଅତ୍ୟଧିକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି । ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ୨ଟି ସ୍ଲୁଇସ ଗେଟ ଖୋଲାଯାଇଛି । ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାଶ୍ୱର୍ର ୧୧ ଓ ଡାହାଣ ପାଶ୍ୱର୍ର ୬ଟି ମିଶି ମୋଟ ୧୭ଟି ସ୍ଲୁଇସ ଗେଟ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି । ଜଳଭଣ୍ଡାରର ଜଳସ୍ତର ସକାଳ ୬ଟା ସୁଦ୍ଧା ୬୨୧.୩୭ ଫୁଟକୁ ବୃଦ୍ଧି ପାଇଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୩ ଲକ୍ଷ ୭୮ ହଜାର ୫୨୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ ୩ ଲକ୍ଷ ୨ ହଜାର ୨୪୩ ଘନଫୁଟ ଜଳ ନିଷ୍କାଷିତ ହେଉଛି । ହୀରାକୁଦ ପାଣିରେ ଫୁଲୁଛି ମହାନଦୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking