29.1 C
Bhubaneswar
Wednesday, August 19, 2026
Homeଦେଶ ବିଦେଶଲକ୍ଷ ଲକ୍ଷ ଲୋକ ଲାଭାନ୍ୱିତ ହେବେ: ମୋଦି

ଲକ୍ଷ ଲକ୍ଷ ଲୋକ ଲାଭାନ୍ୱିତ ହେବେ: ମୋଦି

ନୂଆଦିଲ୍ଲୀ: ନୂଆ ରେଳ ପ୍ରକଳ୍ପରେ ଲକ୍ଷ ଲକ୍ଷ ଲୋକ ଲାଭାନ୍ୱିତ ହେବେ କହିଲେ ମୋଦି । ଓଡିଶା, ଆନ୍ଧ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ଲୋକେ ଉପକୃତ ହେବେ । ପ୍ରକଲ୍ପ ଦ୍ୱାରା ରେଲ ସଂଯୋଗୀକରଣକୁ ଏକ ବୃହତ ପ୍ରୋତ୍ସାହନ ମିଳିବ । ଯାତ୍ରୀ ଓ ମାଲ ପରିବହନକୁ ଶକ୍ତିଶାଳୀ କରିବ, ଭିଡ କମାଇବ । ଲଜିଷ୍ଟିକ ଦକ୍ଷତା ବୃଦ୍ଧି ସହ ବାଣିଜ୍ୟ ଏବଂ ପର୍ଯ୍ୟଟନର ବିକାଶ ହେବ ବୋଲି ମୋଦୀ କହିଛନ୍ତି ।ଆଜି  କଟକ-ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନ୍‌, ଭଦ୍ରକ-ହରିଦାସପୁର ଚତୁର୍ଥ ଲାଇନ୍‌ ଏବଂ ଖଡ଼ଗପୁର-ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ୍‌ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି।

କଟକ-ପାରାଦୀପ ମଧ୍ୟରେ ୭୨ କିଲୋମିଟର ରେଲପଥରେ ତୃତୀୟ ଓ ଚତୁର୍ଥ ଲାଇନ୍‌ ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ ୨,୨୮୬ କୋଟି ଟଙ୍କା ବ୍ୟୟ ହେବ। ଏହି ପ୍ରକଳ୍ପ ଦ୍ୱାରା ପାରାଦୀପ ବନ୍ଦର ସହ ରେଲ ଯୋଗାଯୋଗ ଓ ମାଲ ପରିବହନ କ୍ଷମତା ବୃଦ୍ଧି ପାଇବାର ଆଶା ରହିଛି।ଭଦ୍ରକ-ହରିଦାସପୁର ମଧ୍ୟରେ ୭୫ କିଲୋମିଟର ରେଲପଥରେ ଚତୁର୍ଥ ଲାଇନ୍‌ ନିର୍ମାଣ ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପରେ ପ୍ରାୟ ୧,୫୮୩ କୋଟି ଟଙ୍କା ବ୍ୟୟ କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking