31.1 C
Bhubaneswar
Wednesday, August 19, 2026
Homeଓଡିଶାପୁରୁଣା ଗାଡ଼ି ପାଇଁ ମିଳିପାରେ ଇ ୧୦ ବିକଳ୍ପ

ପୁରୁଣା ଗାଡ଼ି ପାଇଁ ମିଳିପାରେ ଇ ୧୦ ବିକଳ୍ପ

ନୂଆଦିଲ୍ଲୀ: ଇ୨୦ ପେଟ୍ରୋଲକୁ ନେଇ ଦେଶରେ ଜାରି ରହିଥିବା ଚର୍ଚ୍ଚା ଭିତରେ ଆସିଛି ବଡ ଖବର । ପୁରୁଣା ଗାଡି ପାଇଁ ପୁଣିଥରେ ଇ ୧୦ ପେଟ୍ରୋଲ ଉପଲବ୍ଧ କରାଯିବ କି, ସେନେଇ ସରକାର ଓ ତେଲ ତେଲ ବିକଳ୍ପ ଶିଳ୍ପ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି । ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ସୂଚନା ଅନୁସାରେ ଏପ୍ରିଲ ୨୦୨୩ ପରଠାରୁ ଦେଶରେ ନିର୍ମିତ ନୂଆ ପେଟ୍ରୋଲ ଗାଡିଗୁଡିକୁ ଇ ୨୦ ଇନ୍ଧନ ଅନୁକୂଳ କରି ଡିଜାଇନ କରାଯାଉଛି । କିନ୍ତୁ ଏହା ପୂର୍ବରୁ ରାସ୍ତାରେ ଚାଲୁଥିବା ଲକ୍ଷ ଲକ୍ଷ ପୁରୁଣା ଗାଡିକୁ ନେଇ ଚିନ୍ତା ବଢିଛି । କିଛି ଗାଡି ମାଲିକଙ୍କ ଅଭିଯୋଗ ହୋଇଛି ଇ୨୦ ପେଟ୍ରୋଲ ବ୍ୟବହାର ପରେ ଗାଡିର ମାଇଲେଜ କମୁଛି । ଏବଂ କିଛି ରବର କମ୍ପୋନେଣ୍ଟ ଉପରେ ମଧ୍ୟ ପ୍ରଭାବ ପଡିପାରେ । ସରକାର ସଂସଦରେ କହିଥିଲେ ଯେ, ପୁରୁଣା ଗାଡିରେ ଇ ୨୦ ବ୍ୟବହାର କଲେ ମାଇଲେଜରେ ପ୍ରାୟ ୩ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଅନ୍ୟପଟେ ଇ ୨୦ ପେଟ୍ରୋଲର ସମର୍ଥନରେ ସରକାରଙ୍କ ଯୁକ୍ତି ହେଉଛି- ଇଥାନଲ ମିଶ୍ରଣ ଦ୍ୱାରା ଆମଦାନୀ ହେଉଥିବା ଇନ୍ଧନ ଉପରେ ନିର୍ଭରଶୀଳତା କମିବ, ପ୍ରଦୂଷଣ ହ୍ରାସ ପାଇବ ଏବଂ ଚାଷୀଙ୍କ ଆୟ ବଢିବ । ଭାରତ ନିର୍ଦ୍ଧାରିତ ସମୟର ପ୍ରାୟ ୫ ବର୍ଷ ପୂର୍ବରୁ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିଥିବା ରିପୋର୍ଟରେ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking