27.1 C
Bhubaneswar
Tuesday, August 18, 2026
Homeଓଡିଶାଇସ୍ରୋ ୟୁଭିକା ୨୦୨୬ ରେ ଓଡ଼ିଶା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ରଙ୍କ ସଫଳତା

ଇସ୍ରୋ ୟୁଭିକା ୨୦୨୬ ରେ ଓଡ଼ିଶା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ରଙ୍କ ସଫଳତା

ଭୁବନେଶ୍ୱର : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ଆୟୋଜିତ ଜାତୀୟସ୍ତରର ପ୍ରତିଷ୍ଠିତ “ୟୁଭିକା ୨୦୨୬” (ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ)ରେ ଅଂଶଗ୍ରହଣ କରିଛନ୍ତି ଓଡ଼ିଶା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ର ଦୁଇ ଜଣ ଛାତ୍ର । ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଓ କୌତୂହଳ ସୃଷ୍ଟି କରିବା ସହ ମହାକାଶ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଏହାର ପ୍ରୟୋଗ ସମ୍ପର୍କରେ ଜ୍ଞାନ ଆହରଣ କରିବାର ସୁଯୋଗ ଦେବା ଏହି “ୟୁଭିକା” କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଇସ୍ରୋର ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବା, ଭାରତର ମହାକାଶ ଅଭିଯାନ ସମ୍ପର୍କରେ ବୁଝିବା ଏବଂ ଇସ୍ରୋର ବିଭିନ୍ନ କାର୍ଯ୍ୟଶୈଳୀ ସମ୍ପର୍କରେ ଜାଣିବାର ସୁଯୋଗ ପାଇଛନ୍ତି ।

କୋରାପୁଟ ଜିଲ୍ଲା କୋଟପାଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମାଷ୍ଟର ଦେବା ଦିଶାରୀ, ବାହଳଦା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ର ମାଷ୍ଟର ଶ୍ୟାମ ଚରଣ ଟୁଡୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ର (SDSC)ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ସେ ଭାରତର ମହାକାଶ କାର୍ଯ୍ୟକ୍ରମ ବିଷୟରେ ଅନେକ ଅଭିଜ୍ଞତା ହାସଲ କରିବା ସହ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରି ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିଭିନ୍ନ ଦିଗ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି ।

ୟୁଭିକା ମାଧ୍ୟମରେ ମିଳିଥିବା ଏହି ଅଭିଜ୍ଞତା ଉଭୟ ଛାତ୍ରଙ୍କୁ ଭବିଷ୍ୟତରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ମହାକାଶ ଗବେଷଣା କ୍ଷେତ୍ରରେ ଉଚ୍ଚଶିକ୍ଷା ଓ କ୍ୟାରିୟର ଗଢ଼ିବା ପାଇଁ ଉତ୍ସାହିତ କରିବ । ଏଥିସହିତ ଏହି ସଫଳତା ଓଡ଼ିଶାର ଅନ୍ୟ EMRS ର ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ଅଧିକ ଜ୍ଞାନ ଆହରଣ କରିବା ଏବଂ ଆଗାମୀ ଦିନରେ ଏହିପରି ଜାତୀୟସ୍ତରର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ପ୍ରେରଣା ଯୋଗାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking