27.1 C
Bhubaneswar
Tuesday, August 18, 2026
Homeଦେଶ ବିଦେଶଇମ୍ରାନ ଖାନଙ୍କୁ ହସ୍ପିଟାଲ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇମ୍ରାନ ଖାନଙ୍କୁ ହସ୍ପିଟାଲ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର ଆସିଛି। ପାକିସ୍ତାନର ସୁପ୍ରିମକୋର୍ଟ ଜେଲ୍‌ରେ ଥିବା ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଦଳ ପାକିସ୍ତାନ ତେହେରିକ୍-ଏ-ଇନସାଫ (ପିଟିଆଇ) ଏବଂ ତାଙ୍କ ପରିବାରର ଦୀର୍ଘ ଦିନର ଦାବିର ଜବାବରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଆଡିଆଲା ଜେଲରୁ ଇମ୍ରାନଙ୍କ ସାମ୍ପ୍ରତିକ ଡାକ୍ତରୀ ରିପୋର୍ଟକୁ ନେଇ ଦଳ ଏବଂ ପରିବାର ଚିନ୍ତା ପ୍ରକାଶ କରିଥିଲେ ।

ପିଟିଆଇ ମୁଖପାତ୍ର ନଇମ ହାଇଦର ପଞ୍ଜୁଥାଙ୍କ ଅନୁଯାୟୀ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଇମ୍ରାନ ଖାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ ଏବଂ ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ସେ ସେଠାରେ ରହିବ। କୋର୍ଟ ଇମ୍ରାନ ଖାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ସାପ୍ତାହିକ ବୈଠକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆଦେଶରେ କୁହାଯାଇଛି ଯେ ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥା ମୂଲ୍ୟାଙ୍କନ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯିବ, ଯେଉଁଥିରେ ଇମ୍ରାନଙ୍କ ବ୍ୟକ୍ତିଗତ ଡାକ୍ତର ଏବଂ ତାଙ୍କ ଭଉଣୀ ଡାକ୍ତର ଉଜମା ଖାନ ରହିବେ।କୋର୍ଟ ଇମ୍ରାନ ଖାନଙ୍କ ଆଇନଜୀବୀ ଏବଂ ତାଙ୍କ ପରିବାରକୁ ମେଡିକାଲ ରିପୋର୍ଟ ଗଣମାଧ୍ୟମ ସହିତ ସେୟାର ନକରିବାକୁ କିମ୍ବା ଏହି ପ୍ରସଙ୍ଗକୁ ରାଜନୀତିକରଣ ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking