27.1 C
Bhubaneswar
Thursday, September 24, 2026
Homeଓଡିଶାସୁଟକେସ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ

ସୁଟକେସ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ

ନୂଆଦିଲ୍ଲୀ: ଦିଲ୍ଲୀ ବୁରାଡି ଅଞ୍ଚଳରେ ଚାଞ୍ଚଲ୍ୟ । ସୁଟକେସ ଭିତରୁ ମିଳିଲା ଜଣେ ଯୁବତୀଙ୍କ ମୃତଦେହ । ଘଟଣାର ତଦନ୍ତ କରି ପୋଲିସ ମୃତକଙ୍କ କଜିନ ଭାଇ ଅବିନାଶଙ୍କୁ ହେପାଜତରେ ନେଇଛି । ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରେମ ସମ୍ପର୍କର ସନ୍ଦେହକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଉତ୍ତର ଦିଲ୍ଲୀର ବୁରାଡି ଥାନା ଅଧୀନ ଅଜିତ ବିହାରର ଏକ ନିଛାଟିଆ ସ୍ଥାନରେ ପୋଲିସ ଏକ ସୁଟକେସ ଠାବ କରିଥିଲା । ସୁଟକେସ ଖୋଲିବା ପରେ ଭିତରୁ ଯୁବତୀଙ୍କ ମୃତଦେହ ମିଳିଥିଲା । ଏହାପରେ ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଥିଲା । ରାତିରେ ଚେକିଂ କରୁଥିବା ଆଉଟର ନର୍ଥ ଜିଲ୍ଲାରେ ସ୍ପେଶାଲ ଷ୍ଟାଫ ଟିମର ନଜର ଜଣେ ଯୁବକଙ୍କ ଉପରେ ପଡିଥିଲା । ତାଙ୍କ ଗତିବିଧି ସନ୍ଦେହଜନକ ଲାଗିବାରୁ ପୋଲିସ ତାଙ୍କୁ ଅଟକାଇ ପଚରାଉଚରା କରିଥିଲା । ପଚରାଉଚରା ବେଳେ ସେ ନିଜେ କଜିନ ଭଉଣୀଙ୍କୁ ହତ୍ୟା କରିଥିବା କଥା କହିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ପୋଲିସ ଅଭିଯୁକ୍ତଙ୍କ ନିଶାନଦେହୀରେ ଅଜିତ ବିହାରର ଏଖ ନିଛାଟିଆ ସ୍ଥାନରୁ ସୁଟକେସ ଉଦ୍ଧାର କରିଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ହତ୍ୟାର ପ୍ରକୃତ କାରଣ , ଘଟଣା କିଭଳି ଥିଲା, ଏଥିରେ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ବିଷୟରେ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking