ରାତି ସାରା ଉଜାଗର ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ l ନଦୀବନ୍ଧର ସୁରକ୍ଷା, ପ୍ରଭାବିତଙ୍କୁ ସ୍ଥାନାନ୍ତରଣ ଓ ଆବଶ୍ୟକ ସହାୟତା ପ୍ରଦାନ ଏବଂ ସର୍ବୋପରି ଜନସାଧାରଣଙ୍କ ସେବାରେ ସମ୍ପୂର୍ଣ୍ଣ ସମର୍ପିତ ହୋଇ ଚଟାଣ ପରି ଛିଡ଼ା ହୋଇଛନ୍ତି ରାଜ୍ୟସରକାର l ଓଡ୍ରାଫ୍, ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ, ଜଳସମ୍ପଦ ବିଭାଗର ଅଧିକାରୀବୃନ୍ଦ, ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟରତ ସ୍ଵତନ୍ତ୍ର ଅଧିକାରୀବୃନ୍ଦ ଏବଂ ଜିଲ୍ଲା ପ୍ରଶାସନ ; ସଭିଙ୍କ ସମନ୍ଵିତ ପ୍ରୟାସ ତଥା ନିଷ୍ଠାପର ଦାୟିତ୍ଵ ସମ୍ପାଦନର ଗୋଟିଏ ହିଁ ଲକ୍ଷ୍ୟ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା l ଆମର ବିଶ୍ବାସ ଯେ, ପ୍ରଶାସନିକସ୍ତରରେ ଆମର ସମ୍ମିଳିତ ପଦକ୍ଷେପ, କ୍ଷେତ୍ରସ୍ତରରେ କାର୍ଯ୍ୟରତ ଅଧିକାରୀମାନଙ୍କର ନିରବଚ୍ଛିନ୍ନ ଉଦ୍ୟମ ଏବଂ ସମସ୍ତ ଆବଶ୍ୟକ ସମୁଚିତ ସୂଚନା ଜନସାଧାରଣଙ୍କ ନିକଟରେ ଉପଲବ୍ଧ କରାଇବାରେ ଗଣମାଧ୍ୟମର ତତ୍ପରତା ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ଦ୍ଵାରା ଆମେ ସଫଳତାର ସହ ସୁରକ୍ଷିତ ଓଡ଼ିଶା ସୁନିଶ୍ଚିତ କରିବାରେ ନିଶ୍ଚୟ ସଫଳ ହେବା l










