29.1 C
Bhubaneswar
Monday, August 17, 2026
Homeଓଡିଶାଫାଓ ଫୁଟବଲ ଲିଗ୍‌ରେ ଓଡ଼ିଶା ପୋଲିସ ଚମ୍ପିଆନ୍: ସଫଳ ଓଡ଼ିଶା ପୋଲିସ ଟିମ୍‌କୁ ସମ୍ବର୍ଦ୍ଧିତ କଲେ...

ଫାଓ ଫୁଟବଲ ଲିଗ୍‌ରେ ଓଡ଼ିଶା ପୋଲିସ ଚମ୍ପିଆନ୍: ସଫଳ ଓଡ଼ିଶା ପୋଲିସ ଟିମ୍‌କୁ ସମ୍ବର୍ଦ୍ଧିତ କଲେ ଡିଜିପି

କଟକ: ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଓ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଆୟୋଜିତ ଫାଓ ଫୁଟବଲ ଲିଗ୍‌ରେ ଚମ୍ପିଆନ୍ ହୋଇଥିବା ଓଡ଼ିଶା ପୁଲିସ ଫୁଟବଲ ଦଳ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଡିଜିପି ଶ୍ରୀ ମିଶ୍ର ଚାମ୍ପିଆନ୍ ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତାର ଭୂୟସୀ ପ୍ରଶଂସା କରିଛନ୍ତି।

ଡିଜିପି ଶ୍ରୀ ମିଶ୍ର କହିଛନ୍ତି ଯେ, ଓଡ଼ିଶା ପୁଲିସ କ୍ରୀଡ଼ାବିତମାନେ ନିଜର ପ୍ରତିଭା, ଶୃଙ୍ଖଳା ଓ ନିଷ୍ଠା ଦ୍ୱାରା ପୁଲିସ ବାହିନୀର ଗୌରବ ବୃଦ୍ଧି କରୁଛନ୍ତି। ଫାଓ ଫୁଟବଲ ଲିଗ୍‌ରେ ଏହି ସଫଳତା ଅନ୍ୟ କ୍ରୀଡ଼ାବିତମାନଙ୍କୁ ମଧ୍ୟ ଉଚ୍ଚକୋଟିର କ୍ରିଡା ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ। ଭବିଷ୍ୟତରେ ଓଡ଼ିଶା ପୋଲିସ କ୍ରୀଡ଼ାବିତମାନେ ଆହୁରି ଅନେକ ସଫଳତା ହାସଲ କରି ରାଜ୍ୟ ପୋଲିସ ବାହିନୀ ପାଇଁ ଗୌରବ ଆଣିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୧୬ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ଫାଓ ଫୁଟବଲ ଲିଗ୍‌ର ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ପୋଲିସ ୫-୧ ଗୋଲ୍‌ରେ ୟଙ୍ଗ ଉତ୍କଳ କ୍ଲବକୁ ପରାସ୍ତ କରି ଚମ୍ପିଆନ୍ ହୋଇଥିଲା।ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ପୁଲିସ ପକ୍ଷରୁ ପୁରୁଷୋତ୍ତମ କେରକେଟା ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ଲଖାଇ ମୁର୍ମୁ, ରାଇସେନ ଟୁଡ଼ୁ ଓ ବିଜୟ ବେହେରା ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଦଳର ଏହି ଚମତ୍କାର ପ୍ରଦର୍ଶନ ଓଡ଼ିଶା ପୁଲିସର କ୍ରୀଡ଼ା ଦକ୍ଷତା ଓ ଟିମ୍ ସ୍ପିରିଟ୍‌ର ଉତ୍କୃଷ୍ଟ ନିଦର୍ଶନ। ଚମ୍ପିଆନ୍ ହେବା ସହ ଓଡ଼ିଶା ପୋଲିସ ଦଳ ଟ୍ରଫି ସହ ୧ ଲକ୍ଷ ଟଙ୍କାର ପୁରସ୍କାର ହାସଲ କରିଛି।ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର , ଆଇଜିପି (କାର୍ମିକ) ଶ୍ରୀ ପ୍ରବୀଣ କୁମାର ଓ କ୍ରୀଡା ଅଧିକାରୀ ଶ୍ରୀ ନୀଳମାଧବ ସ୍ୱାଇଁ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking