ଭୁବନେଶ୍ୱର: ନାରୀଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଶାବାଦୀ ଦେଇଛନ୍ତି । କହିଛନ୍ତି, କେନ୍ଦ୍ର ସରକାର ଏହାର ସଂଶୋଧିତ ବିଧେୟକ ଆଗାମୀ ଦିନରେ ପାରିତ କରାଇବେ । ୨୦୨୯ ନିର୍ବାଚନଠୁ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ କରିବେ । ମହିଳାଙ୍କ ରାଜନୈତିକ ସଶକ୍ତୀକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ଆମ ପାଇଁ ମହିଳା ସଶକ୍ତିରଣ ସ୍ଲୋଗାନ ନୁହେଁ, ଏହା ଆମର ପ୍ରତିବଦ୍ଧତା ।










