ଭୁବନେଶ୍ୱର: ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇସାରିଛି । ମନୋନୀତ ପୋଲିସ ଅଧିକାରୀଙ୍କୁ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାହସିକତା ପାଇଁ ୪ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି । ଡିଏସପି ଅତୁଲ କ୍ରିଷ୍ଣା ଦାସ, ଏଏସଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କନଷ୍ଟେବଳ ଘନଶ୍ୟାମ ସାହୁ , ଥବୀର ମାଝୀଙ୍କୁ ସାହସିକତା ପାଇଁ ପଦକ ମିଳିଛି । ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି । ଏଡିଜି ପ୍ରତୀକ ମହାନ୍ତି, ଡିସିପି ପ୍ରଫୁଲ୍ଲ ସିଂଙ୍କୁ ବିଶିଷ୍ଟ ସେବା ପାଇଁ ପଦକ ଦିଆଯାଇଛି । ଉଲ୍ଲେଖନୀୟ ସେବା ପାଇଁ ଆଉ ୧୧ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି । ଆଇଜି ସାର୍ଥକ ଷଡଙ୍ଗୀଙ୍କ ସମେତ ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିଛି ।









