29.1 C
Bhubaneswar
Saturday, August 15, 2026
Homeଓଡିଶାବିଜେଡିକୁ ରାଜସ୍ୱ ମନ୍ତ୍ରୀଙ୍କ ତାତ୍ସଲ୍ୟ

ବିଜେଡିକୁ ରାଜସ୍ୱ ମନ୍ତ୍ରୀଙ୍କ ତାତ୍ସଲ୍ୟ

ଭୁବନେଶ୍ୱର: ବନ୍ୟା ପରିଚାଳନା ନେଇ ବିଜେଡିର ସମାଲୋଚନାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ତାଚ୍ଛଲ୍ୟ କରି କହିଛନ୍ତି, ବୋଧ ହୁଏ ଯେଉଁ ପରିମାଣରେ ବର୍ଷା ହେଉଛି, ସେଥିପାଇଁ ମଧ୍ୟ ବିଜେପି ଦାୟୀ । ପୂର୍ବରୁ ନବୀନ ବାବୁ ବୋେଧେ ଇନ୍ଦ୍ରଙ୍କ ସହ କଥା ହେଉଥିଲେ । ସେ ଇଚ୍ଛା କଲେ ବର୍ଷା ହେଉଥିଲା. ଇଚ୍ଛା କଲେ ହେଉ ନଥିଲା । ଇନ୍ଦ୍ରଙ୍କ ଫୋନ ନମ୍ବର ଦିଅନ୍ତୁ ଆମେ କଥା ହେବୁ । ଆହୁରି କହିଛନ୍ତି, ତାଙ୍କ ସରକାର ସମୟରେ ବନ୍ୟା ବାତ୍ୟା ପରିଚାଳନା ଆମେ ଦେଖିଛୁ । ୨୪ ବର୍ଷ ଭିତରେ ଜଳ ନିଷ୍କାସନ ବ୍ୟବସ୍ଥା କରିଥିଲେ ସହରୀ ବନ୍ୟା ହୋଇନଥାନ୍ତା । ଅନ୍ୟପଟେ ଗତକାଲି ବନ୍ୟାକୁ ନେଇ ଏକ୍ସ ରେ ନବୀନଙ୍କ ପୋଷ୍ଟକୁ କଟାକ୍ଷ କରିଥିଲେ ବିରଞ୍ଚି ତ୍ରିପାଠୀ। କହିଥିଲେ , ବନ୍ୟା ପରିଚାଳନାରେ ସରକାର ବ୍ୟସ୍ତ, କିନ୍ତୁ ନବୀନ କ କରୁଛନ୍ତି । ଘରେ ବସି ସୋସିଆଲ ମିଡିଆଲ ମିଡିଆରେ ପୋଷ୍ଟ କରି ଦେଲେ କାମ ସରିବ ନାହିଁ । ବିରୋଧୀ ଦଳ ନେତା ଭାବେ ରାଜ୍ୟବାସୀଙ୍କ ପ୍ରତି ତାଙ୍କର ମଧ୍ୟ ଦାୟିତ୍ୱ ଅଛି ।ସେ ଲୋକଙ୍କ ପାଖରେ ଠିଆ ହେବା କଥା , ହେଲେ ତାହା କଲେ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking