ଭୁବନଶ୍ୱର: ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ। ସରକାରୀ ଜମିରେ ଗଞ୍ଜେଇ ଚାଷ ରୋକିବାରୁ ଚିଠି ଲେଖାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ବୌଦ୍ଧ, ଗଜପତି ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଯେ, କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତହସିଲଦାର, ଅତିରିକ୍ତ ତହସିଲଦାର, ଆରଆଇଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜେଇ ଚାଷ ଚିହ୍ନଟ ହେଲେ ଥାନା, ଏସଟିଏଫ କିମ୍ବା ଏନଟିଏଫକୁ ଜଣାଇବେ । ଗଞ୍ଜେଇ ମାଫିଆଙ୍କୁ ସହଯୋଗ କଲେ ଅଧିକାରୀଙ୍କ ବିରୋଧରେ ହେବ ଆକ୍ସନ । ସୂଚନାଥାଉକି, ଅବକାରୀ ବିଭାଗ ବାରମ୍ବାର ମନା କରିବା ସତ୍ତ୍ୱେ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣକାରୀ ମାନେ କୌଣସି କୌଣସି ଗଳା ବାଟ ଦେଇ, ପୋଲିକୁ ଖୋଲା ଚ୍ୟାଲେଞ୍ଜେ ଦେଇ ଗଞ୍ଜେଇ ବେପାରରେ ଲିପ୍ତ ରହୁଛନ୍ତି ।










