29.1 C
Bhubaneswar
Friday, August 14, 2026
Homeଓଡିଶା୪ ଜିଲ୍ଲାରେ ବନ୍ୟା: ୪୫ ପଞ୍ଚାୟତ ପ୍ରଭାବିତ

୪ ଜିଲ୍ଲାରେ ବନ୍ୟା: ୪୫ ପଞ୍ଚାୟତ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟର ୪ଟି ଜିଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଥିବାରୁ ୪୫ ପଞ୍ଚାୟତ ପ୍ରଭାବିତ ହୋଇଛି । ଏନେଇ ଏସଆରସି ରାଜେଶ ପ୍ରଭାକର ପାଟିଲ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଯାଜପୁର , ଭଦ୍ରକ ,ବାଲେଶ୍ୱର ଓ ମୟୁରଭଞ୍ଜରେ ବନ୍ୟା ସ୍ଥିତି ଦେଖାଦେଇଛି । ଓଡ୍ରାଫର ୧୦ ଓ ଏନଡିଆରଏଫର ୭ଟି ଟିମ ମୁତୟନ ହୋଇଛନ୍ତି । ବୈତରଣୀ ଓ ବୁଢାବଳଙ୍ଗ ନଦୀରେ ବନ୍ୟା ଜଳ ବଢିଛି । ବୈତରଣୀ ବନ୍ୟାରେ ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇଛି ।ପୂର୍ବରୁ ହୋଇଥିବା ଘାଇ ଦେଇ ବନ୍ୟା ଜଳ ପ୍ରବେଶ କରିଛି । ଓଡ୍ରାଫ , ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି, ସିନିୟର ଅଫିସର ମଧ୍ୟ ନିୟୋଜିତ ଅଛନ୍ତି । ବୁଢାବଳଙ୍ଗ ପାଣି ବାରିପଦା ସହରରେ ପ୍ରବେଶ କରିଥିଲା । ସୁବର୍ଣ୍ଣରେଖାରେ ବନ୍ୟା ଆସିବାରୁ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଭୋଗରାଇ ଓ ବସ୍ତା ବ୍ଲକ ପ୍ରଭାବିତ ହେବାର ଆଶଙ୍କା ରହିଛି । ବାଲେଶ୍ୱରରେ ୪ ଓଡ୍ରାଫ ଓ ୪ ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking