29.1 C
Bhubaneswar
Thursday, August 13, 2026
Homeଓଡିଶାହର୍ ଘର୍ ତିରଙ୍ଗା ୨୦୨୬: ଏସ୍.ଏଚ୍.ଜି. ମହିଳାଙ୍କ ଦ୍ୱାରା ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ

ହର୍ ଘର୍ ତିରଙ୍ଗା ୨୦୨୬: ଏସ୍.ଏଚ୍.ଜି. ମହିଳାଙ୍କ ଦ୍ୱାରା ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ

ଭୁବନେଶ୍ୱର: ସମଗ୍ର ଦେଶରେ ‘ହର୍ ଘର୍ ତିରଙ୍ଗା ୨୦୨୬’ ଅଭିଯାନକୁ ନେଇ ଉତ୍ସାହ ପ୍ରକାଶ ପାଇଥିବା ବେଳେ ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍.ଏଚ୍.ଜି.)ର ମହିଳାମାନେ ଏକ ବିଶାଳ ସଫଳତା ହାସଲ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରୁ ମିଶନ୍ ଶକ୍ତିର ମହିଳାମାନେ ମିଳିମିଶି ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ସମ୍ପୂର୍ଣ୍ଣ ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିବାର ଲକ୍ଷ୍ୟ ସଫଳତାର ସହ ପୂରଣ କରିଛନ୍ତି। ଏହି ବୃହତ୍ ଜାତୀୟ କାର୍ଯ୍ୟକ୍ରମରେ ୧,୨୩୫ଟି ଏସ୍.ଏଚ୍.ଜି., ୨୦୧ଟି ଉତ୍ପାଦକ ଗୋଷ୍ଠୀ (ପି.ଜି.) ଏବଂ ୧୩୮ଟି ମହାସଂଘର ମୋଟ ୧୬,୧୬୨ ଜଣ ମହିଳା ସଦସ୍ୟା ସକ୍ରିୟ ଭାବେ ସାମିଲ ହୋଇ ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଛନ୍ତି।

ଏହି ଆକର୍ଷଣୀୟ ସଫଳତାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜର ଖୁସି ବ୍ୟକ୍ତ କରିବା ସହ କହିଛନ୍ତି ଯେ, ଆମର ମିଶନ୍ ଶକ୍ତି ମହିଳାମାନଙ୍କ ଦ୍ୱାରା ୬୦ ଲକ୍ଷ ଜାତୀୟ ପତାକାର ପ୍ରସ୍ତୁତି ସମଗ୍ର ଓଡ଼ିଶା ପାଇଁ ଗୋଟିଏ ଗର୍ବ ଓ ଗୌରବର ବିଷୟ। ଏହା ସେମାନଙ୍କର ଅଗାଧ ଦେଶପ୍ରେମ, ନିଷ୍ଠା ଏବଂ ଉଦ୍ୟୋଗୀ ମନୋଭାବକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଯେତେବେଳେ ମହିଳାମାନଙ୍କୁ ସାମୂହିକ ମଞ୍ଚ ମାଧ୍ୟମରେ ସଶକ୍ତ କରାଯାଏ, ସେତେବେଳେ ସେମାନେ ଯେକୌଣସି ବୃହତ୍ ସ୍ତରର କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିପାରିବେ, ତାହା ସେମାନେ ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ‘ହର୍ ଘର୍ ତିରଙ୍ଗା’ କେବଳ ଆମ ଜାତୀୟ ପତାକାର ସମ୍ମାନାର୍ଥେ ଆୟୋଜିତ ଏକ ଉତ୍ସବ ନୁହେଁ, ବରଂ ଏହା ଦେଶ ଗଠନରେ ପ୍ରତ୍ୟେକ ନାଗରିକଙ୍କ ସହଭାଗିତାର ଏକ ପ୍ରତୀକ। ମିଶନ୍ ଶକ୍ତି ମାଧ୍ୟମରେ ଆଜି ଓଡ଼ିଶାର ମହିଳାମାନେ ରାଜ୍ୟର ବିକାଶରେ ସକ୍ରିୟ ଭାଗୀଦାର ହେବା ସହ ନିଜ ପାଇଁ ଏବଂ ନିଜ ସମୁଦାୟ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିପାରୁଛନ୍ତି। ୧୦୦ ପ୍ରତିଶତ ଲକ୍ଷ୍ୟ ସାଧନ ସହ ଏହି ଜାତୀୟ ପତାକା ନିର୍ମାଣ ସଫଳତା ଓଡ଼ିଶାକୁ ଏକ ମହିଳା-ନେତୃତ୍ୱାଧୀନ ବିକାଶ ଆଡ଼କୁ ଆଗେଇ ନେବାରେ ସହାୟକ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking