ଉଦଳା : ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର ଲୁଟେରା। ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ନନ୍ଦ କିଶୋର ପଟ୍ଟନାୟକଙ୍କ ନିକଟକୁ ଏକ ନମ୍ବରରେ ଫୋନ ଆସିଥିଲା। ଏବଂ ଫୋନ କରିଥିବା ବ୍ୟକ୍ତି ନିଜକୁ ବିଡ଼ିଓର ପରିଚୟ ଦେଇ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବା ପାଇଁ କହିଥିଲେ। ଏହି ପ୍ରୋଜେକ୍ଟ ବସାଇବା ପାଇଁ ସରକାରଙ୍କ ତରଫରୁ ପ୍ରାଥମିକ ଭାବେ ୪୦ ହଜାର ଟଙ୍କା ଦିଆଯିବ କହି ଆକାଉଣ୍ଟ ନମ୍ବର ସହିତ ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ଟଙ୍କା ଗ୍ରହଣ କରିବାକୁ କହିଥିଲେ ଯୁବକ ଜଣକ। ଯାହାକି ଟଙ୍କା ଆକାଉଣ୍ଟକୁ ଆସିବା ପ୍ରତିବଦଳରେ ତାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ସାଇବର ଲୁଟେରାମାନେ ଲୁଟି ନେଇଥିବା ପ୍ରିନ୍ସିପାଲ ଜାଣିବାକୁ ପାଇଥିଲେ। ଏ ସବୁ ଭିତରେ ପ୍ରିନ୍ସିପାଲଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ସାଇବର ଲୁଟେରା ଲୁଟିନେଇଥିବା ବେଳେ ଅନ୍ୟ ଜଣେ କର୍ମଚାରୀଙ୍କୁ ଲୁଟିବାକୁ ଚେଷ୍ଟା କରିଥିବାବେଳେ ପ୍ରିନ୍ସିପାଲ ଉକ୍ତ କର୍ମଚାରୀଙ୍କୁ ଲୁଟ ବାବଦରେ କହିଦେବାରୁ କର୍ମଚାରୀ ଜଣକ ଅଳ୍ପକେ ସାଇବର ଲୁଟେରାଙ୍କୁ କବଳରୁ ବର୍ତ୍ତି ଯାଇଛନ୍ତି। ଏ ବାବଦରେ କଲେଜ ପ୍ରିନ୍ସିପାଲ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।










