31.1 C
Bhubaneswar
Thursday, August 13, 2026
Homeଓଡିଶାସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ

ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ଥାନା ବାଦର୍ଖପଲ୍ଲୀ ଗାଁରେ ପାରିବାରିକ କଳହକୁ ନେଇ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀର ପନିକି ଚୋଟରେ ସ୍ୱାମୀ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ପାରିବାରିକ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ତେବେ ବଚସା ଧୀରେ ଧୀରେ ଉଗ୍ରରୂପ ନେବା ପରେ ସ୍ତ୍ରୀ ଉତ୍ତ୍ୟକ୍ତ ହୋଇ ସ୍ୱାମୀଙ୍କୁ ପନିକିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ସ୍ୱାମୀ କୃଷ୍ଣ ତାରିଣୀ ଗୁରୁତର ଆହତ ହୋଇଛନ୍ତି । ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ ।ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ବାଦର୍ଖପଲ୍ଲୀ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଏପରି ହିଂସାକାଣ୍ଡର ପଛରେ ପ୍ରକୃତ କାରଣ କଣ, ସେନେଇ ତଦନ୍ତ ଆରମ୍ଭ ହୋଇଛି । ପୁଲିସ ଘଟଣାର ସମସ୍ତ ଦିଗ ଯାଞ୍ଚ କରିବା ସହ ଆବଶ୍ୟକ ଆଇନଗତ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି । ପାରିବାରିକ କଳହ କେତେବେଳେ ଯେ ଭୟଙ୍କର ରୂପ ନିଏ, ଏହି ଘଟଣା ତାହାର ଆଉ ଏକ ଉଦାହରଣ । ତେବେ ଘଟଣାର ପ୍ରକୃତ ତଥ୍ୟ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking