ନୂଆଦିଲ୍ଲୀ: ଲୋକସଭାରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ମଙ୍ଗଳବାର ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଥିଲା । ମାତ୍ର ୪ ମିନିଟ ଚାଲିପାରିଥିଲା ଗୃହ । ପରେ ଗୃହର ଅଚଳ ଅବସ୍ଥା ଜାରି ରହିଥିଲା । ଏନେଇ ବାଚସ୍ପତି ଓମ ବିର୍ଲା ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ କରିଥିଲେ । ଜୁଲାଇ ୨୦ ତାରିଖରେ ହୋଇଥିବା ପରୀକ୍ଷା ଅନିୟମିତତା ବିରୋଧରେ ପ୍ରତିବାଦ ସମୟରେ ଛାତ୍ରମାନଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିରୋଧୀସଦସ୍ୟମାନେ ଅମିତଶାହଙ୍କ ବିବୃତ୍ତିକୁ ପୁଣି ରଖିବାକୁ ଦାବି କରିଥିଲେ । କିନ୍ତୁ ବିରୋଧୀଙ୍କ କହିବା ଅନୁସାରେ ସେ ଠିକ ଉକ୍ତି ରଖିନଥିଲେ ସଂସଦକୁ ଆସି ବିବୃତ୍ତି ରଖନ୍ତୁ । ଏନେଇ ବିରୋଧୀମାନେ ଗୃହର ମଧ୍ୟଭାଗକୁ ଆସି ଉକ୍ତ ପ୍ରସଙ୍ଗରେ ନାରାବାଜି କରି ପ୍ଲାକାର୍ଡ ଧରି ଅରାଜକତା ସୃଷ୍ଟିକରିଥିଲେ । ବାରମ୍ବାର ବାଚସ୍ପତି ଅନୁରୋଧ କରିବା ସତ୍ତ୍ୱେ ବିରୋଧୀ ଜିଦରେ ଅଟଳ ରହି ଗୃହକୁ ଚଲାଇ ଦେଇନଥିଲେ । ଏନେଇ ଗୃହକୁ ୨ଟାଯାଏ ମୁଲତବୀ କରିଛନ୍ତି ବାଚସ୍ପତି ଓମ ବିର୍ଲା । ଗତ ଦୁଇ ସପ୍ତାହ ଧରି ଚାଲିଥିବା ମୌସୁମୀ ଅଧିବେଶନ ପ୍ରାୟତଃ ଧୋଇଯାଇଛି। ଜୁଲାଇ 20 ରେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ହୋଇଥିବା ପ୍ରତିବାଦରେ ପୋଲିସ ଅତ୍ୟଧିକ କାର୍ଯ୍ୟ ଏବଂ ପେଲେଟ୍ ଗନ୍ ବ୍ୟବହାର ଅଭିଯୋଗ ଉପରେ ବିରୋଧୀ ଦଳ ଗୃହରେ ଶାହାଙ୍କ ବିବୃତ୍ତି ଉପରେ ଜୋର ଦେଇଛନ୍ତି।










