27.2 C
Bhubaneswar
Monday, August 10, 2026
Homeଓଡିଶାଶିମିଳିପାଳକୁ ଆସିବେ ବାଘ-ବାଘୁଣୀ

ଶିମିଳିପାଳକୁ ଆସିବେ ବାଘ-ବାଘୁଣୀ

ଭୁବନେଶ୍ୱର:  ଶିମିଳିପାଳରେ ୫ ବର୍ଷୀୟା ବାଘୁଣୀ (ମେଲେନାଷ୍ଟିକ ପ୍ରଜାତି)ର ମୃତ୍ୟୁ ପରେ ବ୍ୟାଘ୍ର ସ୍ଥାନାନ୍ତର ଯୋଜନା ପାଇଁ ପୁଣି ତତ୍ପର ହୋଇଛି ବନ ବିଭାଗ । ବାହାର ରାଜ୍ୟରୁ ଓଡ଼ିଶାକୁ ମହାବଳ ବାଘ ଆଣିବାକୁ ଅଣ୍ଟା ଭିଡ଼ିଛି । ମଧ୍ୟ ଭାରତରୁ ଗୋଟିଏ ନର ଓ ଗୋଟିଏ ମାଈ ବାଘଙ୍କୁ ସ୍ଥାନାନ୍ତର କରିବା ପାଇଁ ଅନୁମୋଦନ ମାଗିଛି । ଯଦି ସବୁ କିଛି ଠିକ୍‌ଠାକ୍ ରୁହେ, ତେବେ ଆଉ ମାସେ କି ଦୁଇମାସ ଭିତରେ ଶିମିଳିପାଳ ଜଙ୍ଗଲ ପାଇବ ୨ ଅଣଓଡ଼ିଆ ମହାବଳ ।

ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, କଳା ବାଘ ବଂଶ ହ୍ରାସ କମାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ପକ୍ଷରୁ ଶିମିଳିପାଳ ସହ ସାତକୋଶିଆକୁ ବାଘ ଆଣିବା ପାଇଁ ଅନୁମତି ମିଳିସାରିଛି । କିଛି ମାସ ତଳୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏବେ ବି ଝୁଲିକି ଅଛି । ସରକାରଙ୍କ ଗ୍ରୀନ ସିଗନାଲ ମିଳିବା ପରେ ଶିମିଳିପାଳରେ ବାଘ ସ୍ଥାନାନ୍ତରର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଫର୍ଦ୍ଦ ଖୋଲିବ । ଓଡିଶାରୁ ଏକ ସ୍ୱତନ୍ତ୍ର ଟିମ୍ ଖୁବ୍‌ଶୀଘ୍ର ମଧ୍ୟ ଭାରତ ଲ୍ୟାଣ୍ଡସ୍କେପ୍‌କୁ ଯାତ୍ରା କରିବ । ମହାରାଷ୍ଟ୍ରର ତାଡ଼ୋଭା-ଅନ୍ଧାରୀ ହେଉ ଅବା ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଓଡି଼ଶା ପାଣିପାଗ ସହ ଖାପ ଖୁଆଇବା ଭଳି ବାଘ ଓ ବାଘୁଣୀଙ୍କୁ ଖୋଜାଯିବ ।

ସୂଚନାଯୋଗ୍ୟ, ୨୦୨୪ ଶେଷ ବେଳକୁ ମହାରାଷ୍ଟ୍ରର ତାଡ଼ୋବା-ଆନ୍ଧାରୀରୁ ଦୁଇଟି ମାଈ ବାଘ ଜିନତ୍ ଓ ଯମୁନା ଶିମିଳିପାଳକୁ ଅଣାଯାଇଥିଲା । ଅବଶ୍ୟ ଜିନତ୍ର ୪ଟି ଶାବକ ଏବେ ଶିମିଳିପାଳ ବାସିନ୍ଦା ହେଲେଣି । ତଥାପି ଇନ୍ ବ୍ରିଡ଼ିଂ ଯୋଗୁଁ ଶିମିଳିପାଳରେ କଳା ବାଘ (ମେଲେନାଷ୍ଟିକ୍) ସଂଖ୍ୟା କ୍ରମାଗତ ବଢ଼ିଚାଲିଛି । ଏହି ସଂଖ୍ୟା କମାଇବା ଲକ୍ଷ୍ୟରେ ଆହୁରି ୨ଟି ବାଘ ଆଣିବାକୁ ଯୋଜନା ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking