ଭୁବନେଶ୍ବର: ଏକ ଲାଞ୍ଚ ନେବା ମାମଲାର ବିଚାର କରି ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ବନ ଅଧିକାରୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସେମାନେ ହେଲେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଡିଭିଜନର ପୂର୍ବତନ ଡିଏଫ୍ଓ ପ୍ରଣବ କୁମାର ମହାନ୍ତି ଓ ଘାସିଆଁ ଦକ୍ଷିଣ ରେଞ୍ଜ୍ର ପୂର୍ବତନ ଡେପୁଟି ରେଞ୍ଜ୍ ଅଧିକାରୀ ଚିତ୍ତ ରଞ୍ଜନ ଦେହୁରୀ।୨୦୨୦ରେ କେନ୍ଦୁ ପତ୍ର ଫଡି (ଗୋଦାମ)ଗୁଡ଼ିକର ମରାମତି କରିବା ନିମନ୍ତେ ପାଣ୍ଠୀ ପ୍ରଦାନ କରିବାକୁ ୧ଲକ୍ଷ ୬୬ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଏହି ଘଟଣାରେ ଭିଜିଲାନ୍ସ ହାତରେ ଉଭୟ ଧରାପଡିଥିଲେ।ଏହି ମାମଲାର ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ସମସ୍ତ ପକ୍ଷରୁ ଯୁକ୍ତି ଶୁଣିବା ପରେ କୋର୍ଟ ସେମାନଙ୍କୁ ୩ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।ଏହି ରାୟ ପରେ ସେମାନଙ୍କ ପେନସନ ବନ୍ଦ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।










