27.2 C
Bhubaneswar
Monday, August 10, 2026
Homeଦେଶ ବିଦେଶତୈଳ ବିଶୋଧନାଗାରରେ ଡ୍ରୋନ୍ ଆକ୍ରମଣ: ୧୨ ମୃତ, ୩୯ ଆହତ

ତୈଳ ବିଶୋଧନାଗାରରେ ଡ୍ରୋନ୍ ଆକ୍ରମଣ: ୧୨ ମୃତ, ୩୯ ଆହତ

ନୂଆଦିଲ୍ଲୀ: ରୁଷର ତାତାରସ୍ତାନ ଅଞ୍ଚଳରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ । ନିଜନେକାମସ୍କ ସହରର ଏକ ତୈଳ ବିଶୋଧନାଗାର ସମେତ ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରିଛି ୟୁକ୍ରେନୀୟ ଡ୍ରୋନ୍ । ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୯ ଜଣ ଆହତ ହୋଇଛନ୍ତି ।ନିଜନେକାମସ୍କ ସହରର ମେୟର ରାଡମିର ବେଲିଆଏଭ ଏହି ସୂଚନା ଦେଇଛନ୍ତି । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ପରେ ତୈଳ ବିଶୋଧନାଗାର ଅଞ୍ଚଳରୁ ଧୂଆଁ ବାହାରୁଥିବା ଭିଡିଓ ସୋସିଆଲ ମିଡିଆରେ ଛାଇଯାଇଛି ।

ଘଟଣାକୁ ନେଇ ତାତାରସ୍ତାନର ମୁଖ୍ୟ ରୁସ୍ତମ ମିନିଖାନୋଭ ଶୋକ ପ୍ରକାଶ କରିଛନ୍ତି । ଗତ କିଛି ମାସ ଧରି ୟୁକ୍ରେନ ରୁଷର ତୈଳ ବିଶୋଧନାଗାରଗୁଡ଼ିକୁ ଟାର୍ଗେଟ୍ କରି ଆସୁଛି । ଏହାର ପ୍ରଭାବରେ ରୁଷର କିଛି ଅଞ୍ଚଳରେ ଇନ୍ଧନ ଯୋଗାଣ ଉପରେ ମଧ୍ୟ ପ୍ରଭାବ ପଡ଼ିଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking