33.3 C
Bhubaneswar
Sunday, August 9, 2026
Homeଓଡିଶାରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଚେତାବନୀ : ତ୍ରିରଙ୍ଗାକୁ ଅସମ୍ମାନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଚେତାବନୀ : ତ୍ରିରଙ୍ଗାକୁ ଅସମ୍ମାନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ସ୍ୱାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗା ପତାକା ଓ ଜାତୀୟ ସମ୍ମାନକୁ ନେଇ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ତ୍ରିରଙ୍ଗା ପତାକାକୁ ଅସମ୍ମାନ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି , ତ୍ରିରଙ୍ଗାକୁ ଯିଏ ଅସମ୍ମାନ କରିବ, ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ତ୍ରିରଙ୍ଗାକୁ ଭଲ ପାଅ, ବନ୍ଦେ ମାତରଂ କୁହ । ଏବେ ମଧ୍ୟ କିଛି ଲୋକ ବନ୍ଦେ ମାତରଂ କହିବାକୁ ଅସ୍ୱୀକାର କରୁଛନ୍ତି, ଏହା ହେଉଛି ଦେଶଭକ୍ତିର ବିରୋଧୀ ମନୋଭାବ । ଇଂରେଜମାନଙ୍କୁ ଭଲ ପାଉଥିବା ଲୋକ ସେତେବେଳେ ଥିଲେ, ଏବେ ମଧ୍ୟ ସେଭଳି କିଛି ଲୋକ ଅଛନ୍ତି । ସେ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଜାତୀୟ ପତାକା ଓ ଦେଶପ୍ରେମ ପ୍ରତି ଅସମ୍ମାନ ବର୍ଦ୍ଦାସ୍ତ କରାଯିବ ନାହିଁ , ସାବଡ଼ କରିଦେବେ ସରକାର। ତେବେ ପ୍ରଶ୍ନ ଉଠୁଛି କାହାକୁ ଇଙ୍ଗିତ କରି ଏଭଳି କଡ଼ା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ । ଦେଶ ତଥା ରାଜ୍ୟ ଭିତରେ ରହି କିଏ କରୁଛି ତ୍ରିରଙ୍ଗାର ଅସମ୍ମାନ ?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking