33.3 C
Bhubaneswar
Sunday, August 9, 2026
Homeଓଡିଶାବୈତରଣୀରେ ତୃତୀୟ ବନ୍ୟା, ପୁଣି ବଢ଼ିଲା ନଦୀକୂଳିଆଙ୍କ ଚିନ୍ତା

ବୈତରଣୀରେ ତୃତୀୟ ବନ୍ୟା, ପୁଣି ବଢ଼ିଲା ନଦୀକୂଳିଆଙ୍କ ଚିନ୍ତା

ଯାଜପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ତୃତୀୟବନ୍ୟା। ଆଖୁଆପଦା, ବଲ୍ଲଭିଘାଟ ଓ ଦଶରଥପୁରରେ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇଛି । ଆଖୁଆପଦାରେ ବିପଦ ସଂକେତ ୧୮ ଦଶମିକ ୩୩ ମିଟର ଥିବା ବେଳେ ବର୍ତ୍ତମାନ ସତର୍କ ସୂଚନା ଉପରେ ୧୮.୦୩ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ବନ୍ୟା ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏପଟେ ବନ୍ୟା ପାଣିରେ ଭାସି ଜଣେ ନିଖୋଜ ହୋଇଯାଇଛନ୍ତି । ନିଖୋଜ ବ୍ୟକ୍ତି ହେଲେ ଦଶରଥପୁର ବ୍ଲକ ଡୋଭାବିଲ ପାଟଣା ଗ୍ରାମର ମହେଶ୍ୱର ସୂତାର। ଶୌଚ ହେବାକୁ ବନ୍ଧ ତଳକୁ ଯିବା ସମୟରେ ଅତଡ଼ା ଖସି ମହେଶ୍ୱର ପାଣିରେ ଭାସି ଯାଇଥିବା ସୂଚନା । ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନଦୀକୂଳିଆ ଲୋକେ ଏହି ବନ୍ୟା କୁ ନେଇ ଭୟଭୀତ ହେଉଥିବା ଦେଖିବାକୁ ମିଳିଛି। ଗତ ୨୯ ତାରିଖରେ ବୈତରଣୀ ନଦୀର ଶାଖା କାଣୀ ନଦୀରେ ତରପଦା ପଞ୍ଚାୟତ ଅଧୀନ ଡୋଭାବିଲ-ପାଟଣା ନିକଟରେ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟ ଜାରି ରହିଥିବା ବେଳେ ଏହି ବନ୍ୟା ପାଣି ଫଳରେ ଏବେ ପ୍ରାୟ ୫ଫୁଟ ଉଚ୍ଚରେ ବନ୍ୟାପାଣି ଗାଁ ଭିତରକୁ ପ୍ରବେଶ କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମୁକୁଳା ଘାଇ ଅଞ୍ଚଳବାସୀଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ବୈତରଣୀରେ ତୃତୀୟ ବନ୍ୟା ଆସିବା ପରେ ପୁଣି ସ୍ଥିତି ଗମ୍ଭୀର । ବନ୍ୟା ବିପନ୍ନ ଲୋକେ ଏଯାଏଁ ଘରକୁ ଫେରି ନଥିବା ବେଳେ ପୁଣି ବନ୍ୟା ସେମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking