28.9 C
Bhubaneswar
Saturday, August 8, 2026
Homeଓଡିଶାଶୁଭାରମ୍ଭ ହେଲା କଂଗ୍ରେସର ମହା ରିଲିଫ କାର୍ଯ୍ୟକ୍ରମ

ଶୁଭାରମ୍ଭ ହେଲା କଂଗ୍ରେସର ମହା ରିଲିଫ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି କଂଗ୍ରେସ ଭବନଠାରେ ବିଭିନ୍ନ ଜିଲ୍ଲାରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କ ପାଇଁ କଂଗ୍ରେସର ମହା ରିଲିଫ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଶୁଭାରମ୍ଭ ହୋଇଛି l ପ୍ରଥମ ପର୍ଯାୟରେ ଖାଦ୍ୟ ପ୍ୟାକେଟ ବୋଝେଇ ଟ୍ରକଗୁଡିକୁ ଓପିସିସି ସଭାପତି ଭକ୍ତ ଚରଣ ଦାସ ଓଡିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ, ସହ ପ୍ରଭାରୀ ଜେଟ୍ଟୀ କୁସୁମ କୁମାର ଏବଂ ରିଲିଫ କମିଟି ଅଧ୍ୟକ୍ଷ ବିଧାୟକ ଅଶୋକ ଦାସ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ l ସଭାପତି ଶ୍ରୀ ଦାସ ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି ଯେ, ବିଗତ ପ୍ରବଳ ବର୍ଷାରେ ବୈତରଣୀ, ମହାନଦୀ ଆଦିରେ ବନ୍ୟା ସୃଷ୍ଟି ହୋଇ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଜିଲ୍ଲା ଓ କଟକର ବାଙ୍କୀ ଅଞ୍ଚଳର ହଜାର ହଜାର ଚାଷ ଜମି ଜଳମଗ୍ନ ହେବା ସହ ଶହ ଶହ ଗ୍ରାମରେ ବନ୍ୟାଜଳ ଘେରି ସୃଷ୍ଟି ହୋଇଥିଲା l ଫଳରେ ଲୋକେ ନିଜ ବାସସ୍ଥାନ ଛାଡି ଗଛମୂଳ, ସ୍କୁଲ ଆଦିରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି l ଏହି ବିପର୍ଯୟକୁ ଆଖି ଆଗରେ ରଖି କଂଗ୍ରେସ ଦଳ ତତକ୍ଷଣାତ ବିଧାୟକ ଅଶୋକ ଦାସଙ୍କ ନେତୃତ୍ୱରେ ବନ୍ୟା ଅନୁଧ୍ୟାନ ଓ ରିଲିଫ କମିଟି ଗଠନ କରି ବନ୍ୟାଞ୍ଚଳ ଗସ୍ତକରି ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲା l କଂଗ୍ରେସ ଏହି ମହତ ମାନବୀୟ ସହାୟତା ପ୍ରଦାନ ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛି l ବିପନ୍ନଙ୍କୁ ଚୂଡ଼ା, ଗୁଡ଼, ବିସ୍କୁଟ ଓ ଜରିପାଲ ବଣ୍ଟନ କରାଯିବ l କଂଗ୍ରେସ କ୍ଷମତାରେ ଦୀର୍ଘ 25 ବର୍ଷଧରି ନଥିଲେ ମଧ୍ୟ ଜନତାଙ୍କ ସହ ଅଛି l ଲୋକଙ୍କ ଦୁର୍ଦଶା ସମୟରେ କଂଗ୍ରେସ ସବୁବେଳେ ତାଙ୍କ ସାଥିରେ ରହି ଆସିଛି ଓ ରହିବ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ କହିବା ସହ ବନ୍ୟା ବିପନ୍ନଙ୍କ ପାଇଁ ଦଳର ନେତୃବୃନ୍ଦଙ୍କୁ ଖୋଲା ହସ୍ତରେ ସହାୟତା କରିବା ପାଇଁ ଆହ୍ୱାନ କରିଛନ୍ତି l
ଆସନ୍ତା କାଲିଠାରୁ ପ୍ରଭାବିତ ଜିଲ୍ଲାଗୁଡିକୁ ରିଲିଫ ସାମଗ୍ରୀ ପଠାଯିବାର କାର୍ଯ୍ୟକ୍ରମ ରହିଛି l
ଆଜିର ରିଲିଫ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ,ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଯୁବକଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ, ଶିବାନନ୍ଦ ରାୟ, କୋଷାଧକ୍ଷ ସିଦ୍ଧାର୍ଥ ଦାଶ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରକାଶ ଜେନା, ମନୋରଞ୍ଜନ ଦାଶ, ହୁସେନ, ୟାଶୀର ନାୱାଜ, ହମିଦ ହୁସେନ, ଜୟଶ୍ରୀ ପାତ୍ର, ଜୟସ୍ମିତା ମହାନ୍ତି, ଅମିତା ବିଶ୍ୱାଳ, ମଧୁସ୍ମିତା ସେଠୀ, ଶ୍ରୀୟାସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking