30 C
Bhubaneswar
Friday, August 7, 2026
Homeଓଡିଶାଢେଙ୍କାନାଳ ସ୍କୁଲରେ ଅଚେତ ହେଲେ ୬ ଛାତ୍ରୀ

ଢେଙ୍କାନାଳ ସ୍କୁଲରେ ଅଚେତ ହେଲେ ୬ ଛାତ୍ରୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ୬ ଜଣ ଛାତ୍ରୀ ଏକା ସାଙ୍ଗରେ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ଆଜି ଚେତାଶୂନ୍ୟ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଙ୍କ ସୂଚନାରୁ ଜଣାପଡିଛି । ମାତ୍ର ଦୁଇ ଦିନ ପୂର୍ବରୁ ଏହିଭଳି ଭାବରେ ଛାତ୍ରୀମାନେ ପାଠପଢୁଥିବା ସମୟରେ ହଠାତ ଅଚେତ ହୋଇ ଯାଇଥିଲେ । ହେଲେ ସୂଚନାରୁ ଜଣାପଡିଛି ଯେ, କ୍ଲାସରୁମରେ ବସିବା ପାଇଁ ମାତ୍ର ୪୦ଟି ସିଟ ଥିବା ବେଳେ ଏଠାରେ ୯୨ ଜଣ ଛାତ୍ରଛାତ୍ରୀ, ଯାହାପାଇଁ ବାରମ୍ବାର ଛାତ୍ରଛାତ୍ରୀ ମାନେ ଅଣନିଶ୍ୱାସ ହୋଇ ଏଭଳି ଅବସ୍ଥାର ସମ୍ମୁଖୀନ ହେଉଥିବା କହିଛନ୍ତି, ପ୍ରଧାନ ଶିକ୍ଷକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking