28.9 C
Bhubaneswar
Friday, August 7, 2026
Homeଦେଶ ବିଦେଶଥାଇଲ୍ୟାଣ୍ଡ ସ୍କୁଲରେ ଛାତ୍ରଙ୍କ ଗୁଳିକାଣ୍ଡ: ଶିକ୍ଷକଙ୍କ ସମେତ ୭ ମୃତ

ଥାଇଲ୍ୟାଣ୍ଡ ସ୍କୁଲରେ ଛାତ୍ରଙ୍କ ଗୁଳିକାଣ୍ଡ: ଶିକ୍ଷକଙ୍କ ସମେତ ୭ ମୃତ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ ଉପକଣ୍ଠ ନୋନ୍ଥାବୁରୀ ଜିଲ୍ଲାର ଦେବସିରିନ୍ ସ୍କୁଲ ରେ ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ଜଣେ ଛାତ୍ର ଆକସ୍ମିକ ଭାବେ ଗୁଳିଚାଳନା କରିବାରୁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଥାଇଲ୍ୟାଣ୍ଡ ଶିକ୍ଷାମନ୍ତ୍ରୀ ପ୍ରସେର୍ଟ ଜାନ୍ତା ରୁଆଙ୍ଗଥୋଙ୍ଗ୍ ଏହି ମୃତ୍ୟୁ ସଂଖ୍ୟା ନିଶ୍ଚିତ କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଗୁଳିକାଣ୍ଡ ପରେ ସନ୍ଦିଗ୍ଧ ବନ୍ଧୁକଧାରୀ ଛାତ୍ରଜଣକ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛି। ଘଟଣାପରେ ବିଦ୍ୟାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ପ୍ରାଣବିକଳରେ ବାହାରକୁ ଦୌଡ଼ି ପଳାଇଥିଲେ। ପ୍ରାଥମିକ ଉଦ୍ଧାରକାରୀ ଦଳ ଓ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଗତ ଫେବୃଆରୀ ମାସରେ ମଧ୍ୟ ସୋଙ୍ଗଖଲା ପ୍ରଦେଶର ଏକ ସ୍କୁଲରେ ୧୮ ବର୍ଷୀୟ ଯୁବକର ଗୁଳିଚାଳନା ଯୋଗୁଁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ଥାଇଲ୍ୟାଣ୍ଡରେ ବେସରକାରୀ ବନ୍ଧୁକ ରଖିବାର ହାର ଅତ୍ୟନ୍ତ ଅଧିକ, ଯେଉଁଠାରେ ପ୍ରାୟ ୧୦ ନିୟୁତ ହାତହତିଆର ସାଧାରଣ ଲୋକଙ୍କ ନିକଟରେ ରହିଛି। କଠୋର ଆଇନ ପ୍ରଣୟନ ପାଇଁ ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲେ ବି ଏପରି ହିଂସାତ୍ମକ ଘଟଣାରେ ରୋକ୍ ଲାଗିପାରୁ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking