ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାଷୀମାନେ କେତେ ଧାନ ବିକ୍ରି କରିବେ ଏବଂ ଜମିରେ କେତେ ଚାଷ କରୁଛନ୍ତି, ତାହାର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୩୧ ତାରିଖ ଯାଏଁ ଚାଷୀ ପଞ୍ଜିକରଣର ଶେଷ ତାରିଖ । ୨୦୨୬ -୨୭ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣର ଆରମ୍ଭ । ୨୦୨୬-୨୭ ବର୍ଷ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଆସନ୍ତା ୩୧ ତାରିଖ ଯାଏଁ ଚାଲିବ ଚାଷୀ ପଞ୍ଜିକରଣ ପ୍ରକ୍ରିୟା । ସେବା ସମବାୟ ସମିତି କିମ୍ବା www.foododisha.inରେ ନାଁ ପଞ୍ଜିକରଣ କରିପାରିବେ । ଆଧାରକାର୍ଡ ଏବଂ ଧାନ ଜମିର ବିବରଣୀ ଦେଇ ନାମ ପଞ୍ଜିକରଣ କରି ହେବ । ଆସନ୍ତା ନଭେମ୍ବର ୧ରୁ ୩୧ ମାର୍ଚ୍ଚ ୨୦୨୭ ଯାଏଁ ଧାନ ସଂଗ୍ରହ ଯୋଜନା ରହିଛି ।










