30 C
Bhubaneswar
Friday, August 7, 2026
Homeଦେଶ ବିଦେଶହର୍ମୁଜ୍ ପ୍ରଣାଳୀକୁ ନେଇ ଇରାନର ଧମକ

ହର୍ମୁଜ୍ ପ୍ରଣାଳୀକୁ ନେଇ ଇରାନର ଧମକ

ନୂଆଦିଲ୍ଲୀ:  ବିଶ୍ୱ ତୈଳ ବଜାରରେ ପୁଣି ଆସିଛି ବଡ଼ ଝଟକା । ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିବା ସହ ହର୍ମୁଜ୍ ପ୍ରଣାଳୀକୁ ନେଇ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା । ଇରାନ ପକ୍ଷରୁ ଆମେରିକା ଓ ଇସ୍ରାଏଲ୍ ସହ ଜଡ଼ିତ ଜାହାଜ ଉପରେ କଟକଣା ଲଗାଇବା ପ୍ରସ୍ତାବ ପରେ ଆନ୍ତର୍ଜାତୀୟ ବଜାରରେ ଚିନ୍ତା ବଢ଼ିଛି । ଏହାର ପ୍ରଭାବରେ କ୍ରୁଡ୍ ଅଏଲ୍ ଦର ବୃଦ୍ଧି ପାଇଛି। ହର୍ମୁଜ୍ ପ୍ରଣାଳୀ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ । ଏହି ରାସ୍ତା ଦେଇ ବିଶ୍ୱର ବିପୁଳ ପରିମାଣର ତୈଳ ପରିବହନ ହୋଇଥାଏ । ଯଦି ଏହି ମାର୍ଗରେ ବାଧା ସୃଷ୍ଟି ହୁଏ, ତେବେ ଏହାର ସିଧା ପ୍ରଭାବ ତୈଳ ଯୋଗାଣ ଓ ଦର ଉପରେ ପଡ଼ିପାରେ । ରିପୋର୍ଟ ଅନୁସାରେ, ଇରାନ ଓ ଓମାନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀକୁ ନେଇ କିଛି ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି ।ଏଥିରେ କିଛି ବିଶେଷ ଜାହାଜ ଚଳାଚଳ ଉପରେ ନିୟମ ଓ ଜରିମାନା ବ୍ୟବସ୍ଥା ରହିଥିବା କୁହାଯାଉଛି । ଏହି ଖବର ପରେ ନିବେଶକଙ୍କ ମଧ୍ୟରେ ଅନିଶ୍ଚିତତା ବଢ଼ିଛି । କ୍ରୁଡ୍ ଅଏଲ୍ ଦର ବଢ଼ିବାର ପ୍ରଭାବ ଭାରତ ଭଳି ତୈଳ ଆମଦାନି ନିର୍ଭର ଦେଶ ଉପରେ ମଧ୍ୟ ପଡ଼ିପାରେ । ଯଦି ଆନ୍ତର୍ଜାତୀୟ ବଜାରରେ ତୈଳ ମହଙ୍ଗା ହୁଏ, ତେବେ ପେଟ୍ରୋଲ-ଡିଜେଲ୍ ଦର, ପରିବହନ ଖର୍ଚ୍ଚ ଓ ସାମଗ୍ରୀ ମୂଲ୍ୟ ଉପରେ ଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଅନ୍ୟପଟେ, ଆମେରିକା ଓ ଇରାନ ମଧ୍ୟରେ କୂଟନୈତିକ ସମାଧାନର ସମ୍ଭାବନା ଉପରେ ମଧ୍ୟ ନଜର ରହିଛି । କିନ୍ତୁ ହର୍ମୁଜ୍ ପ୍ରଣାଳୀକୁ ନେଇ ଜାରି ରହିଥିବା ତିକ୍ତତା ଏବେ ବିଶ୍ୱ ଅର୍ଥନୀତି ପାଇଁ ନୂଆ ଚିନ୍ତାର କାରଣ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking