ନୂଆଦିଲ୍ଲୀ : ଟ୍ରେନ୍ରେ ଯାତ୍ରା କରିବା ସମୟରେ ଅନେକ ଯାତ୍ରୀ ଟିକେଟ୍ରେ ଥିବା କୋଚ୍ ଛାଡ଼ି ଅନ୍ୟ କୋଚ୍ରେ ଚଢ଼ି ଯାଆନ୍ତି । ବିଶେଷ କରି ସ୍ଲିପର ଟିକେଟ୍ ଥିଲେ ମଧ୍ୟ କିଛି ଲୋକ AC କୋଚ୍ରେ ଯାତ୍ରା କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏପରି କରିବା ଏବେ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିପାରେ । ଭାରତୀୟ ରେଳ ନିୟମ ଅନୁସାରେ, ଯେଉଁ ଶ୍ରେଣୀର ଟିକେଟ୍ କିଣିଛନ୍ତି, ଯାତ୍ରା ସେହି କୋଚ୍ରେ ହିଁ କରିବାକୁ ପଡ଼ିବ । ଯଦି କୌଣସି ଯାତ୍ରୀ ସ୍ଲିପର ଟିକେଟ୍ ନେଇ AC କୋଚ୍ରେ ବସିଥିବା ବେଳେ ଧରାପଡ଼ନ୍ତି, ତେବେ TTE ତାଙ୍କଠାରୁ ଅତିରିକ୍ତ ଭଡ଼ା ସହ ଜରିମାନା ଆଦାୟ କରିପାରନ୍ତି ।
ରେଳବାଇ କହିଛି, ଅଧିକ ଭଡ଼ା ଦେଇ ଟିକେଟ୍ କିଣିଥିବା ଯାତ୍ରୀଙ୍କ ସୁବିଧା ଓ ବ୍ୟବସ୍ଥା ଠିକ୍ ରଖିବା ପାଇଁ କୋଚ୍ ନିୟମ ପାଳନ ଜରୁରୀ । ତେଣୁ କେବଳ ଖାଲି ସିଟ୍ ଦେଖି ଅନ୍ୟ କୋଚ୍ରେ ବସିଯିବା ଯାତ୍ରୀଙ୍କୁ ସମସ୍ୟାରେ ପକାଇପାରେ । ଯାତ୍ରା ପୂର୍ବରୁ ନିଜ ଟିକେଟ୍ର କୋଚ୍, ବର୍ଥ ଓ ଶ୍ରେଣୀ ଯାଞ୍ଚ କରିବା ଉଚିତ୍ । ନିୟମ ଉଲ୍ଲଂଘନ କଲେ କେବଳ ଜରିମାନା ନୁହେଁ, ଯାତ୍ରାରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇପାରେ ।










