31.1 C
Bhubaneswar
Wednesday, August 5, 2026
Homeଓଡିଶାଓଡ଼ିଶା ପ୍ରଦେଶ କଂଗ୍ରେସ ବନ୍ୟା ଓ ରିଲିଫ୍ କମିଟର ରିପୋର୍ଟ ପ୍ରଦାନ

ଓଡ଼ିଶା ପ୍ରଦେଶ କଂଗ୍ରେସ ବନ୍ୟା ଓ ରିଲିଫ୍ କମିଟର ରିପୋର୍ଟ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଦାସଙ୍କ ନିର୍ଦ୍ଦେଶକ୍ରମେ ବନ୍ୟା କମିଟିର ଅଧ୍ୟକ୍ଷ ବିଧାୟକ ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଶ୍ରୀ ଅଜୟ କୁମାର ସାହୁ, କୃଷ୍ଣଚନ୍ଦ୍ର ଶତପଥୀ, ଅଧର ଜେନା, ଜୟଶ୍ରୀ ମହାନ୍ତି, ଜେନାମଣୀ ଶର୍ମା, ସଂଯୁକ୍ତ ଜିଲ୍ଲାର ଜିଲ୍ଲା ସଭାପତି ବୃନ୍ଦ ଓ ବିଧାୟକ ପ୍ରାର୍ଥୀ, କଂଗ୍ରେସର ବରିଷ୍ଠ ନେତୃମଣ୍ଡଳୀ ନିମ୍ନ ବନ୍ୟାଞ୍ଚଳ ଗସ୍ତ କରିଥିଲେ ଏବଂ ଆଜି କଂଗ୍ରେସ ଭବନଠାରେ ଓପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଅନୁଧ୍ୟାନ ରିପୋର୍ଟ ପ୍ରଦାନ କରିବା ସହ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ l
ଅନୁଧ୍ୟାନ କମିଟିର ରିପୋର୍ଟ ଅନୁଯାୟୀ
୧. ଯାଜପୁର ଜିଲ୍ଲାର ଯାଜପୁର ବ୍ଲକ
ପଞ୍ଚାୟତ ନାମ: ବିଂଝାରିଆ, ଓଳେଇଚନ୍ଦନ ଗ୍ରାମ ବୁଢ଼ା ନଦୀରେ ୨୦୦ ଫୁଟର ଘାଇ ସୃଷ୍ଟି ହୋଇଛି l
ପୀଡ଼ିତଙ୍କ ଅଭିଯୋଗ ହେଲା ଯେ, ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ରିଲିଫ୍ ପହଞ୍ଚି ନାହିଁ।
ତେଣୁ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି l
ଯାଜପୁର ବ୍ଲକର ପ୍ରାୟ ୩ଜଣ ଲୋକ ମୃତ୍ୟୁବରଣ କରିଛନ୍ତି।
୨. ବରୀ ବ୍ଲକ ଗିରିଆପାଳ ପଞ୍ଚାୟତ
ଚାଟସାହି ଗ୍ରାମ ବୈତରଣୀ ନଦୀରେ ୩୦୦ ଫୁଟର ଘାଇ ହୋଇଛି l ରିଲିଫ କମିଟି ସଦସ୍ୟ ପୀଡ଼ିତଙ୍କ ସମସ୍ୟା ବୁଝିବା ସହ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ।
୩. ଧର୍ମଶାଳା ବ୍ଲକ – କଦମପାଳ ପଞ୍ଚାୟତ, ଅରେଇକଣା ପଞ୍ଚାୟତ, ପଟୁଣିଆ ପଞ୍ଚାୟତ, ମିର୍ଜାପୁର ପଞ୍ଚାୟତ, କମାଗଡ଼ ପଞ୍ଚାୟତ, ଜେନାପୁର ଓ କୋଟପୁର ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି।
୪. ବଡ଼ଚଣା ବ୍ଲକ – ମହିଷାପା ପଞ୍ଚାୟତ, ଗୋପାଳପୁର ପଞ୍ଚାୟତ, ଚାରି ନଙ୍ଗଳ ପଞ୍ଚାୟତ।
୫. ଦଶରଥପୁର ବ୍ଲକର – କଣିକା, ତରଣପଦା, ମଲ୍ଲିକାପୁର, ଛଣ୍ଡିଣା, ସୁଆଁ, ମଙ୍ଗଳପୁର (ପ୍ରାୟ ୨୦ ଜଣ ସାପ କାମୁଡ଼ାରେ ଆହତ ହୋଇଛନ୍ତି)
୬. ବିଂଝାରପୁର ବ୍ଲକର – ଜରିପଞ୍ଚାୟତର ନୂଆମାରେ ଘାଇ ସୃଷ୍ଟି ହୋଇଛି ହଳଦୀଡ଼ିହ ପଞ୍ଚାୟତ ସମେତ ପ୍ରାୟ ୫ଟି ପଞ୍ଚାୟତରେ ଲୋକମାନେ ଜଳଘେରରେ ଅଛନ୍ତି।
ଭଦ୍ରକ ଜିଲ୍ଲା
ବୈତରଣୀ ଓ ଶାଖା ନଦୀ ଗେଙ୍ଗୁଟିରେ ବନ୍ୟା ଯୋଗୁଁ ଧାମନଗର ବ୍ଲକର ୩୦ ଟି ପଞ୍ଚାୟତର ୧୪୩ଟି ଗାଁ ପ୍ରଭାବିତ।
୧ଲକ୍ଷ ୭୦ ହଜାର ୨୦୩ ଜଣ ଲୋକ ପ୍ରଭାବିତ।
ଧାମନଗର ଓ ଧୁଷୁରୀ ବ୍ଲକର ୭ ୱାର୍ଡ ଜଳମଗ୍ନ
ଅଧିକ କ୍ଷତିଗ୍ରସ୍ତ ପଞ୍ଚାୟତ – ଆନନ୍ଦପୁର, ଖଡ଼ିପଦା, ସୋହଡ଼ା, କରଦା, ପ୍ରଧାନୀ, ମୁସ୍ତଫାପୁର, ଅର୍ଜୁନପୁର, ହସନାବାଦ, ଭଟସାହି, ପାଳସାହି, କଟସାହି, ଶାସନପଦା, ବୋମକୁରା, କାଶିନପୁର, କୋଠାର, ଗଡ଼ିଆଳି, ଅସୁରାଳି ଗ୍ରା.ପି.
ଏହି ସବୁ ପଞ୍ଚାୟତର ୩୪ ହଜାରରୁ ଅଧିକ ଗୃହପାଳିତ ପଶୁ ଜଳବନ୍ଦୀ।
ଗୃହପାଳିତ ପଶୁ, ବିପନ୍ନ ଲୋକଙ୍କୁ ଦିଆଯାଉଥିବା ଖାଦ୍ୟ ପର୍ଯ୍ୟାପ୍ତ ନୁହେଁ ବୋଲି ଜନସାଧାରଣଙ୍କ ଅଭିଯୋଗ କରିଛନ୍ତି l
ବାସୁଦେବପୁର ବ୍ଲକର ଜଗନ୍ନାଥପୁର, ସୁଦର୍ଶନପୁର, ବରୁଣ୍ଡିଆ, ଲୁଙ୍ଗା, ଜଗନ୍ନାଥ ପ୍ରସାଦ, ନରସିଂହପୁର, ଅରଣ୍ଡୁଆ।
ଚାନ୍ଦବାଲି ବ୍ଲକର ଆରଡ଼ି, ସୁନ୍ଦରପୁର, ନନ୍ଦପୁର, ଓଳଙ୍ଗ, ତେନ୍ତୁଲିଡ଼ିହ, ଭୁଇଁପୁର, ମାଧପୁର, ନାଳଗୋଣ୍ଡା, ଘେରଙ୍ଗ, ବାଲିଗାଁ (ଆଂଶିକ)
ବାଲେଶ୍ଵର ଜିଲ୍ଲାତିହିଡ଼ି ବ୍ଲକର – ବାହାବଲପୁର (ଆଂଶିକ) ସସ୍ୟା, ସିନ୍ଦୋଳ, କୋହ୍ଲ, ମୁକୁନ୍ଦପୁର, ବାରୁଆ, ବୋଦକ, ବିଲଣା, କୁବେରା, ତଳଗୋପବିନ୍ଧା, କାଁପଡ଼ା, ଶ୍ୟାମସୁନ୍ଦରପୁର, ବାରସର, ଗୋବିନ୍ଦପୁରଭଦ୍ରକ ବ୍ଲକର – ଗୁଜି ଦରଡ଼ା, ବିଷ୍ଣୁପୁରବିନ୍ଧା, ଅର୍ଣ୍ଣପାଳ, ହରିପୁର, କଳେଇ, ପଞ୍ଚାୟତ ସମେତ ପ୍ରାୟ ୩୦ ଟି ପଞ୍ଚାୟତର ବନ୍ୟା ପାଣିଯୋଗୁଁ କ୍ଷୟକ୍ଷତି ଘଟିଛି ।ଭଣ୍ଡାରିପୋଖରୀ – ରାଢ଼ିଆ, ସୋଲମପୁର, ମାଳଦା, ନାପଙ୍ଗଳ କୁରିଗାଁ, ବାଲିପୋଖରୀ, ଝୁଟୁଣା, ବନ୍ଧଳମାତ୍ରି ବାଲେଶ୍ଵର ଜିଲ୍ଲା l ବାଲେଶ୍ଵର ସଦର ବ୍ଲକ – ବଇଁଚା, ସିନ୍ଧିଆ, ଗୋପିନାଥପୁର, ପରିଖି, ଓଲନ୍ଦାସାରଙ୍ଗା, ବୁଆଁଳ, ଶ୍ରୀରାମପୁର, ରସୁଲପୁର, ହଳଦୀପଦା, କୁରାଢ଼ିହା ପଞ୍ଚାୟତ ଅତ୍ୟନ୍ତ କ୍ଷତିଗ୍ରସ୍ତ ।ରେମୁଣା ବ୍ଲକ – ବଡ଼ପାଳ, କଲ୍ୟାଣପୁର, ଗୁଡୁଦା, ପତ୍ରିପାଳ, ଗଣେଶ୍ଵରପୁର, ନିଜାମପୁର, ଦହପଡ଼ା, ଚଷାଖଣ୍ଡ, ମଙ୍ଗଳପୁର, ଦୁର୍ଗାଦେବୀ, ହରିପୁର, ତାଳପଦା, କୁଳିଗାଁ, ଉଦ୍ଧୃତି ପ୍ରଭୃତି ପଞ୍ଚାୟତ ବିଶେଷ କ୍ଷତିଗ୍ରସ୍ତ । ଓପିସିସି ସଭାପତି ଶ୍ରୀ ଦାସଙ୍କ ନିର୍ଦ୍ଦେଶକ୍ରମେ ବନ୍ୟା କମିଟି ବଇଁଚା ପଞ୍ଚାୟତର ବାଲିସାହି ଗ୍ରାମ ଗସ୍ତ କରିଥିଲା। ଗୋଟିଏ ଦିନ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା।ଏହାପରେ ବାଲେଶ୍ଵର ସଦର ବ୍ଲକ ସିନ୍ଧିଆ ପଞ୍ଚାୟତର ଡୁମୁରିଆ ଗ୍ରାମରେ ଆମ୍ଭେମାନେ ପହଞ୍ଚିଥିଲେ । ଗୋପା ଚରାଉ, ପ୍ରାର୍ଥ ଚରାଉ ଓ ରାଧାକୃଷ୍ଣ ଚରାଉଙ୍କ ଘର ଭାଙ୍ଗିଥିଲେ ସୁଦ୍ଧା ସରକାରୀ ରିଲିଫ୍ ଓ ପଲିଥୁନ ସରକାର ଯୋଗାଇ ନଥିବା ଜଣା ପଡିଛି ।ରେମୁଣା ବ୍ଲକର ଦହପଡ଼ା ପଞ୍ଚାୟତର କମ୍ବଦେଶିଆ ଗ୍ରାମରେ ପହଞ୍ଚିଥିଲୁ।
ଏଠାରେ ବହୁ ଗ୍ରାମ କ୍ଷତିଗ୍ରସ୍ତ ହୋଇଥିଲେ ସୁଦ୍ଧା ସରକାର ମାତ୍ର ଦୁଇଟି ଗ୍ରାମ ଦହପଡ଼ା ଓ କଣ୍ଟାବଣିଆକୁ ବନ୍ୟା କ୍ଷତିଗ୍ରସ୍ତ ଦର୍ଶାଇଛନ୍ତି। ଅନ୍ୟଗ୍ରାମ ଯଥା — ଗଦରଦା, ନିଜାମପୁର, ଇଞ୍ଚୁଡ଼ି, କରଞ୍ଜିଆ ଓ ତାଳପଦା ପଞ୍ଚାୟତକୁ ତାଲିକାକୁ ନିଆଯାଇ ନାହିଁ। କଣ୍ଟାବଣିଆ ଠାରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବା ଜରୁରୀ।ବନ୍ୟାଦ୍ଵାରା ତିନୋଟି ଯାକ ଜିଲ୍ଲାରେ ଗୋରୁଗାଈ ଭୋକ ଉପାସରେ ଅଛନ୍ତି, ସମସ୍ତ ରବି ପନିପରିବା, ଧାନଚାଷ ନଷ୍ଟ ହେବା ସହିତ ବହୁ ରାସ୍ତା, ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି ବୋଲି ପ୍ରଦେଶ କଂଗ୍ରେସ ବନ୍ୟା ରିଲିଫ୍ କମିଟି ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଆଜି ଓପିସିସି ସଭାପତି ଶ୍ରୀ ଦାସଙ୍କୁ ପ୍ରଦାନ କରିବା ସହ ଭବିଷ୍ୟତ ରିଲିଫ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking