36.6 C
Bhubaneswar
Tuesday, August 4, 2026
Homeଦେଶ ବିଦେଶମୋଦୀଙ୍କୁ ପ୍ରଶଂସା କଲେ ନେତାନ୍ୟାହୁ

ମୋଦୀଙ୍କୁ ପ୍ରଶଂସା କଲେ ନେତାନ୍ୟାହୁ

ନୂଆଦିଲ୍ଲୀ : ଇରାନ ସହ ଜାରି ଥିବା ତିକ୍ତତା ଓ ବିଶ୍ୱ ରାଜନୀତିର ପରିବର୍ତ୍ତିତ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତ-ଇସ୍ରାଏଲ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି । ସୋମବାର ସେ କହିଛନ୍ତି ଯେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଇସ୍ରାଏଲ ସକ୍ରିୟ ଭାବେ କାମ କରୁଛି ।ନେତନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ରାଏଲର ସବୁଠାରୁ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ବୋଲି ବର୍ଣ୍ଣନା କରିଛନ୍ତି । କଠିନ ସମୟରେ ଭାରତ ପକ୍ଷରୁ ମିଳିଥିବା ସମର୍ଥନ ଓ ସହଯୋଗକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ନେତନ୍ୟାହୁ କହିଛନ୍ତି, ‘ଆମକୁ ଆହୁରି ମଜବୁତ ବନ୍ଧୁତ୍ୱ ଓ ସହଯୋଗୀ ଦେଶର ଆବଶ୍ୟକତା ରହିଛି । ସେଥିପାଇଁ ଭାରତ ଏବଂ ମୋର ବନ୍ଧୁ ନରେନ୍ଦ୍ର ମୋଦିଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ମୁଁ ବିଶେଷ ଗୁରୁତ୍ୱ ଦେଉଛି । ଭାରତରେ ଇସ୍ରାଏଲ ଓ ମୋତେ ବ୍ୟକ୍ତିଗତ ଭାବେ ଯେପରି ସମର୍ଥନ ମିଳୁଛି, ତାହା ସତ୍ୟରେ ଅବିଶ୍ୱସନୀୟ ।’

୨୦୧୮ରେ ବେଞ୍ଜାମିନ ନେତନ୍ୟାହୁ ଭାରତ ଗସ୍ତରେ ଆସିଥିବାବେଳେ ଉଭୟ ଦେଶ ମଧ୍ୟରେ ୯ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ସେହି ସମୟରେ ଭାରତ-ଇସ୍ରାଏଲ ସମ୍ପର୍କକୁ ‘ବିଶେଷ ଭାଗୀଦାରି’ର ମାନ୍ୟତା ଦିଆଯାଇଥିଲା, ଯାହା ବାଣିଜ୍ୟ, ପ୍ରଯୁକ୍ତି ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ନୂଆ ଦିଗ ଦେଇଥିଲା । ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ଉଭୟ ଦେଶ ‘ଶାନ୍ତି, ନବସୃଜନ ଓ ସମୃଦ୍ଧି ପାଇଁ ଭାରତ-ଇସ୍ରାଏଲ ବିଶେଷ ରଣନୀତିକ ଭାଗୀଦାରି’କୁ ଆହୁରି ସୁଦୃଢ଼ କରିବା ଦିଗରେ ସହମତି ପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking