33.8 C
Bhubaneswar
Monday, August 3, 2026
Homeଦେଶ ବିଦେଶବିଦେଶରେ ପାଠପଢ଼ାକୁ ନେଇ ଅଭିଯୋଗ: ନିଜ ପକ୍ଷ ରଖିଲେ ଦିପକେ

ବିଦେଶରେ ପାଠପଢ଼ାକୁ ନେଇ ଅଭିଯୋଗ: ନିଜ ପକ୍ଷ ରଖିଲେ ଦିପକେ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି ବା CJPର ପ୍ରତିଷ୍ଠାତା ଅଭିଜିତ ଦିପକେ ନିଜ ଉଚ୍ଚଶିକ୍ଷାକୁ ନେଇ ଉଠିଥିବା ବିବାଦରେ ମୁହଁ ଖୋଲିଛନ୍ତି । ଆମେରିକାରେ ତାଙ୍କ ପାଠପଢ଼ାକୁ ନେଇ ଆରଟିଆଇ କର୍ମୀଙ୍କ ଅଭିଯୋଗ ପରେ ଦିପକେ ନିଜ ପକ୍ଷ ରଖିଛନ୍ତି । ବରିଷ୍ଠ ସାମ୍ବାଦିକ ବର୍ଖା ଦତ୍ତଙ୍କୁ ଦେଇଥିବା ସାକ୍ଷାତକାରରେ ଅଭିଜିତ କହିଛନ୍ତି ଯେ, ସେ ବୋଷ୍ଟନ ୟୁନିଭର୍ସିଟିରେ ସ୍କଲାରଶିପ୍ ଓ ଶିକ୍ଷା ଋଣ ମାଧ୍ୟମରେ ପାଠପଢ଼ା ସମ୍ପୂର୍ଣ୍ଣ କରିଥିଲେ । ନିଜ ଦାବିର ପ୍ରମାଣ ଭାବେ ସେ ସ୍କଲାରଶିପ୍ ସମ୍ବନ୍ଧୀୟ ଚିଠି ମଧ୍ୟ ଦେଖାଇଛନ୍ତି । ଏହା ପୂର୍ବରୁ ଆରଟିଆଇ କର୍ମୀ ଅମିତ ତିୱାରୀ ଅଭିଯୋଗ କରିଥିଲେ ଯେ, ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଆୟରେ ଆମେରିକାରେ ଉଚ୍ଚଶିକ୍ଷାର ଖର୍ଚ୍ଚ କିପରି ହୋଇଥିଲା, ତାହାର ତଦନ୍ତ ହେବା ଆବଶ୍ୟକ । ଏହି ଅଭିଯୋଗ ଉପରେ ଜବାବ ଦେଇ ଦିପକେ କହିଛନ୍ତି ଯେ, ତାଙ୍କ ଶିକ୍ଷା ସମ୍ପର୍କରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଏଥିସହ ଆଗାମୀ ଦିନରେ କକରୋଚ୍ ଜନତା ପାର୍ଟି ଜନସାଧାରଣଙ୍କ ସହଯୋଗରେ କ୍ରାଉଡଫଣ୍ଡିଂ ମାଧ୍ୟମରେ ଅର୍ଥ ସଂଗ୍ରହ କରିବ ଏବଂ ଆର୍ଥିକ କାରବାରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରଖାଯିବ ବୋଲି ସେ କହିଛନ୍ତି । ବିଦେଶ ଶିକ୍ଷା, ଆର୍ଥିକ ସ୍ରୋତ ଓ ରାଜନୈତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ମଧ୍ୟରେ ଅଭିଜିତ ଦିପକେଙ୍କ ଏହି ସଫେଇ ଏବେ ନୂଆ ଆଲୋଚନାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking