33.3 C
Bhubaneswar
Sunday, August 2, 2026
Homeଓଡିଶାକାଳୀ ମନ୍ଦିରରେ ନିଜ ଜିଭ ନିଜେ କାଟି ଦେଲେ ଯୁବକ

କାଳୀ ମନ୍ଦିରରେ ନିଜ ଜିଭ ନିଜେ କାଟି ଦେଲେ ଯୁବକ

ବ୍ରହ୍ମପୁର: ନିଜ ହାତରେ ନିଜ ଜିଭକୁ କାଟି ଦେଲେ ଯୁବକ। କାଳୀ ମନ୍ଦିରରେ ଗୁହାରି ପଡିଲେ ଯୁବକ। ସକାଳୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟଲୋକ। ଏହି ଅଭାବନୀୟ ଘଟଣା ଗଞ୍ଜାମ ବେଗୁନିଆ ପଡା ବ୍ଲକ୍ ଅନ୍ତର୍ଗତ ହଂସତୁଳି ଗାଁର ଘଟଣା। ଯାହାକୁ ଅଞ୍ଚଳରେ ଚର୍ଚ୍ଚା ଖେଳିଯାଇଛି। ଏନେଇ ପୁଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ହଂସତୁଳି ଗାଁରେ ଯୁବକ କିରଣ ପାତ୍ର କାଳୀ ମନ୍ଦିରରେ ଗୁହାରିଆ ପଡିଥିଲେ।ଏହି ସମୟ ଯୁବକ ଜଣକ ନିଜ ଜିଭକୁ ନିଜ ହାତରେ କାଟି ମାଙ୍କୁ ସମର୍ପଣ କରିଥିଲେ। । ଆଜି ସକାଳୁ ମନ୍ଦିର ପାହାଚ ପାଖରେ ଯୁବକ ଜଣ ଗୁରୁତର ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୁଲିସ ଏବଂ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଏହାପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଯାଇଛି। ତନ୍ତ୍ର ସାଧାନା ପାଇଁ ସେ ତାଙ୍କ ଜିଭ କାଟି ଥିବା ଚର୍ଚ୍ଚା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking