34.4 C
Bhubaneswar
Saturday, August 1, 2026
Homeଓଡିଶାଲଗାଣ ବର୍ଷାରେ ଅମରନାଥ ଯାତ୍ରା ସ୍ଥଗିତ

ଲଗାଣ ବର୍ଷାରେ ଅମରନାଥ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବନ୍ଦ ରହିବା ସହ ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି ।  ରାଜପଥ ମରାମତି କାର୍ଯ୍ୟ ଜାରି ରହିଥିବାରୁ ଶ୍ରଦ୍ଧାଳୁଙ୍କ କୌଣସି ନୂଆ ଦଳକୁ କାଶ୍ମୀର ଉପତ୍ୟକା ଆଡ଼କୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ଅନ୍ୟପକ୍ଷରେ, ଜମ୍ମୁରେ ପହଞ୍ଚୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିବା ପରେ ଶ୍ରୀ ଅମରନାଥଜୀ ଶ୍ରାଇନ୍ ବୋର୍ଡ ପକ୍ଷରୁ ପଞ୍ଜୀକରଣ ଓ ଟୋକନ୍ ବଣ୍ଟନ କେନ୍ଦ୍ରକୁ ତାୱି ରିଭରଫ୍ରଣ୍ଟରୁ ଭଗବତୀ ନଗର ବେସ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁଯାୟୀ, ଗତ ଜୁଲାଇ ୩ ତାରିଖରୁ ଯାତ୍ରା ଆରମ୍ଭ ହେବା ପରଠାରୁ ପ୍ରାୟ ୪.୫ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଦର୍ଶନ କରିସାରିଛନ୍ତି । ଅଗଷ୍ଟ ୨୮ ରକ୍ଷାବନ୍ଧନ ଅବସରରେ ଏହି ଯାତ୍ରା ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି । ଉଧମପୁର ଜିଲ୍ଲାର ଲାଧା-ସାମରୋଲି ମଧ୍ୟବର୍ତ୍ତୀ ରାସ୍ତାରେ ମରାମତି କାମ ଚାଲିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।  ପାଣିପାଗ ଓ ରାସ୍ତା ସ୍ଥିତି ସୁଧୁରିଲେ ଯାତ୍ରା ପୁନଃ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking