35.2 C
Bhubaneswar
Saturday, August 1, 2026
Homeଓଡିଶା୪.୮୮ ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ

୪.୮୮ ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ

ଭୁବନେଶ୍ୱର: ୯ ଜିଲ୍ଲାର ୪ ଲକ୍ଷ ୮୮ ହଜାର ଗୃହପାଳିତ ପଶୁ ବନ୍ୟା ପ୍ରଭାବିତ । ଏନେଇ ସୂଚନା ଦେଲେ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ୫୮ ଭେଟେନାରୀ ଟିମ ନିୟୋଜିତ ହୋଇଛନ୍ତି । ୨୪୫ ସ୍ଥାନରେ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇଛି । ୧୫ ହଜାର ପଶୁଙ୍କୁ ଚିକିତ୍ସା ସହ ୨୬୩ ମେଟ୍ରିକ ଟନ ଖାଦ୍ୟ ଦିଆଯାଇଛି । ରାଜ୍ୟରେ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ଉପୁଜିଛି । ଘରେ ଘରେ ଆଣଣ୍ଠୁଏ ଉଚ୍ଚର ପାଣି ଲହଡୀ ମାରୁଛି । ଏନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ବନ୍ୟା ପ୍ଲାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । କେବଳ ଲୋକମାନଙ୍କୁ ନୁହେଁ, ଗୃହପାଳିତ ପଶୁଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking