ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସଙ୍କଟ ଲାଗି ରହିଥିବା ବେଳେ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ପୁଣି ଜୋରଦାର ହୋଇଛି । ରୁଷ ଶନିବାର ରାତିସାରା କିଭରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମାଡ କରିଛି । ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଏବଂ ୧୨ରୁ ଅଧିକ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି । ଆକ୍ରମଣରେ ଆବାସିକ କୋଠାଗୁଡିକ କ୍ଷତିଗ୍ରସ୍ତ ହୋଇଛି । ଲୋକମାନେ ଫସି ରହିଥିବା ସୂଚନା ମିଳିଛି । ଏବଂ ରାଜଧାନୀର କିଛି ସ୍ଥାନରେ ଗୋଦାମ ଘରଗୁଡିକରେ ନିଆଁ ଲାଗିଯାଇଛି । କିଭ ମେୟର ଭିଟାଲି କ୍ଲିଟ୍ସକୋ ଟେଲିଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି ଯେ, ସୋଲୋମିୟନ୍ସ୍ି ଜିଲ୍ଲାରେ ଏକ ପାଞ୍ଚ ମହଲା ବିଶିଷ୍ଟ ଆବାସିକ କୋଠା ଭଗ୍ନାବଶେଷ ପଡିବା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ଲୋକମାନେ ଏବେ ବି ଭିତରେ ଫସି ରହିଥିବା ବେଳେ କୋଠା ପରିସରରେ ନିଆଁ ଲାଗିଯାଇଛି । ଶେଭଚନକିଭସ୍କି ଜିଲ୍ଲାରେ ମହଲା ଆଂଶିକ ଭୁଶୁଡି ପଡିଛି । ଡାର୍ନିଟସ୍କି ଜିଲ୍ଲାରେ ଗୋଦାମ ଗୁଡିକରେ ନିଆ ଲାଗିଯାଇଛି । ଶୁକ୍ରବାର ବିଶମ୍ବିତ ରାତିରେ ସେ କହିଥିଲେ, ଯେ, ମୁଁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ କଥା ହୋଇଛି । ଆମ ଦେଶ ଉପରେ ରୁଷିଆ ବିମାନ ଆକ୍ରମଣ ଜାରି ରହିଛି ଏବଂ ବାୟୁ ପ୍ରତିରକ୍ଷା ବିଶୋଷକରି ବାଲିଷ୍ଟିକ କ୍ଷେପଣାସ୍ତ୍ର ବିରୁଦ୍ଧରେ ପାଟ୍ରିଅଟ ସିଷ୍ଟମ ପାଇଁ ଇଣ୍ଟରସେପ୍ଟର, ଏକ ସର୍ବାଧିକ ପ୍ରାଥମିକତା ରହିଛି, ବୋଲି ଜେଲେନସ୍କି ଶୁକ୍ରବାର ଟେଲିଗ୍ରାମରେ ଏକ ପୋଷ୍ଟରେ କହିଥିଲେ । ଜୁଲାଇ ମାସରେ ଅଙ୍କାରାରେ ଅନୁଷ୍ଠିତ ନାଟୋ ସମ୍ମିଳନୀରେ ଟ୍ରମ୍ପ କହିଥିଲେ ଯେ, ଆମେରିକା ୟୁକ୍ରେନକୁ ପାଟ୍ରିଅଟ ସିଷ୍ଟମ ତିଆରି କରିବା ପାଇଁ ଲାଇସେନ୍ସ ଦେବ, କିନ୍ତୁ ଶୁକ୍ରବାର ମେରିଲ୍ୟାଣ୍ଡ କ୍ୟାମ୍ପ ଡେଭିଡରେ ରାଷ୍ଟ୍ରପତିଙ୍କ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେ ସେହି ପ୍ରତିଶ୍ରୁତିରୁ ଓହରି ଯାଇଥିବା ପରି ମନେ ହେଉଛି, ସେ କହିଛନ୍ତି ଯେ ସେ ଏ ଯାଏଁ ଚୂଡାନ୍ତ ନିଷ୍ପତ୍ତି ନେଇ ନାହାନ୍ତି । ଫଳରେ ଜେଲେନସ୍କିଙ୍କ ଚିନ୍ତା ବଢିବାରେ ଲାଗିଛି ।










