27.8 C
Bhubaneswar
Sunday, August 2, 2026
Homeଓଡିଶା୮ଲକ୍ଷ ଲୋକ ପ୍ରଭାବିତ: ଏସଆରସି

୮ଲକ୍ଷ ଲୋକ ପ୍ରଭାବିତ: ଏସଆରସି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି ଯେ, ୧୫ ଜିଲ୍ଲାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୬୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୨ ଲକ୍ଷ ୬୦ ହଜାର ୬୪୭ ଜଣ ରିଲିଫ ସେଣ୍ଟରରେ ଅଛନ୍ତି । ପ୍ରାୟ ୧ ହଜାର ଘର ଭାଙ୍ଗିଛି, ୨୧ ହଜାର ହେକ୍ଟର ଜମି ଜଳମଗ୍ନ ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ମୟୁରଭଞ୍ଜ, କେନ୍ଦୁଝର, କଟକ, ବରଗଡ ଆଂଶିକ ପ୍ରଭାବିତ ହୋଇଛି । ହୀରାକୁଦର ଆହୁରି ଗେଟ ଖୋଲାଯିବ , ତଳିଆ ଅଞ୍ଚଳକୁ ସତର୍କ କରାଯାଇଛି । ପୁରୀ, ଖୋର୍ଦ୍ଧା , ଜଗତସିଂହପୁର ଜିଲ୍ଲାକୁ ସତର୍କ କରାଯାଇଛି । ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking