28.5 C
Bhubaneswar
Saturday, August 1, 2026
Homeଓଡିଶାପୁଣି ଭିଜିବ ଓଡିଶା:  ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା 

ପୁଣି ଭିଜିବ ଓଡିଶା:  ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା 

ଭୁବନେଶ୍ୱର: ଗଭୀର ଅବପାତର ପ୍ରଭାବରେ   ଓଡିଶାରେ  ବର୍ଷାର ତାଣ୍ଡବ  ଜାରି ରହିଛି । ଆଜି ରାଜ୍ୟର ୧୩ ଜିଲ୍ଲାକୁ  ପ୍ରବଳ ବର୍ଷା  ନେଇ ୟେଲ୍ଲୋ ୱାଣ୍ଣିଂ ଜାରି କରାଯାଇଛି ।  ଉତ୍ତର ଆଭ୍ୟନ୍ତରୀଣ ଓଡିଶା  ଓ ସଂଲଗ୍ନ  ଛତିଶଗଡରେ  ସକ୍ରିୟ ଥିବା ଗଭୀର  ଅବପାତ  ପଶ୍ଚିମ ଦିଗକୁ  ଗତି କରୁଥିଲେ ମଧ୍ୟ ଏହାର  ପ୍ରଭାବରେ  ରାଜ୍ୟରେ  ପାଗ ଅସ୍ଥିର ରହିଛି ।  ଆଜି ରାଜ୍ୟର ଅନେକ ସ୍ଥାନରେ  ବଜ୍ରପାତ  ସମେତ  ଝଡ ବର୍ଷା ନେଇ  ପାଣିପାଗ ବିଭାଗ ସତର୍କ   କରିଛି । ଆଗାମୀ ୨୪ ଘଣ୍ଟା ପାଇଁ  ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ  ୟେଲ୍ଲୋ ୱାଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ  ଘଡଘଡି  ସହ ବଜ୍ରପାତ , ହାଲୁକାରୁ ମଧ୍ୟମ  ବର୍ଷା ସହ  ଘଣ୍ଟାପ୍ରତି  ୩୦ରୁ ୪୦ କିଲୋମିଟର ବେଗରେ  ଝଟକା ପବନ  ବରିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ  ପଶ୍ଚିମ  ଓ ଦକ୍ଷିଣ ଓଡିଶାରେ ବର୍ଷାର ପ୍ରକୋପ ସର୍ବାଧିକ ରହିଛି ।  ନୂଆପଡାର ସିନାପାଲି ଓ ବରଗଡର ପାଇକମାଲରେ  ସର୍ବାଧିକ  ୧୬ ସେଣ୍ଟିମିଟର ବର୍ଷା ରେକର୍ଡ  ହୋଇଥିବା ବେଳେ  ନୂଆପଡାର  ଖଡିଆଳ ଓ ବୋଡେନରେ ୧୫  ସେଣ୍ଟିମିଟର  ଏବଂ ନବରଙ୍ଗପୁରର ଝରିଗାଁ, ଉମରକୋଟ ସହ  କଳାହାଣ୍ଡିର ଗୋଲାମୁଣ୍ଡାରେ ୧୩ ସେମି ବର୍ଷା ରେକର୍ଡ କରିଛି ।  ସେପଟେ ଦକ୍ଷିଣ  ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟାପ୍ରତି  ୪୦ରୁ ୫୦ କିଲୋମିଟର  ବେଗରେ ପବନ  ବହିବା ଏବଂ  ଝଟକା  ପବନର ବେଗ  ୬୦ କିଲୋମିଟର  ଯାଏଁ ଛୁଇଁପାରେ ।  ଏହାକୁ ଦୃଷ୍ଟିରେ ରଖି  ଦକ୍ଷିଣ ଓଡିଶା ଉପକୂଳର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପାଣିପାଗ ବିଭାଗ କଡା ପରାମର୍ଶ  ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking