28.3 C
Bhubaneswar
Wednesday, July 29, 2026
Homeଓଡିଶାରାହୁଳ ଗାନ୍ଧୀଙ୍କ ଛାତ୍ର ଜାଗରଣ ତଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ ବିଜେପି ହତୋତ୍ସାହିତ

ରାହୁଳ ଗାନ୍ଧୀଙ୍କ ଛାତ୍ର ଜାଗରଣ ତଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ ବିଜେପି ହତୋତ୍ସାହିତ

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ବିରୋଧୀ ଦଳ ନେତା ସାଂସଦ ରାହୁଳ ଗାନ୍ଧୀଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ ତଥା ହତ୍ୟା ଧମକ ଦେବାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l
ଏହି ସମ୍ମିଳନୀରେ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ ଓ ମୁଖପାତ୍ର ଜୟଶ୍ରୀ ପାତ୍ର ଏହି ବିଷୟକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି l
ମୁଖପାତ୍ର ଶ୍ରୀ ପ୍ରଧାନ ପ୍ରତିକ୍ରିୟା ପ୍ରକାଶକରି କହିଛନ୍ତି ଯେ, ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କୁ ପୁରୀ ଜିଲ୍ଲାର ସୁବ୍ରତ ଜେନା ନାମକ ଜଣେ ଯୁବକ ଗୁଳି ମାରି ହତ୍ୟା କରିବାକୁ ତାର ଏକ ଫେସବୁକ୍ ଏକାଊଣ୍ଟରେ ପୋଷ୍ଟ କରି ଧମକ ଦେଇଛି । ସେ ତା ପୋଷ୍ଟରେ ଊଲ୍ଲେଖ କରିଛି ଯେ ଜାତିର ପିତା ମହାତ୍ମା ଗାନ୍ଧୀ ତଥା ସ୍ବର୍ଗୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଭଳି ଶ୍ରୀ ରାହୁଳ ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରାଯିବା ଉଚିତ ।
ଶ୍ରୀ ପ୍ରଧାନ ପୁଣି କହିଛନ୍ତି ଯେ, କଂଗ୍ରେସ ଦଳ ଓଡିଶା ତଥା ସମଗ୍ର ଦେଶରେ ଲୋକଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ସ୍ବର ଊତ୍ତୋଳନ କରୁଥିବାରୁ ବିଜେପି ଦଳ ଏଥିରେ ହତୋତ୍ସାହିତ ହୋଇ ପଡିଛନ୍ତି। ସମଗ୍ର ଦେଶରେ ଛାତ୍ରୋଂ କି ଗୁଞ୍ଜ ଅଭିଯାନ ମାଧ୍ୟମରେ ରାହୁଳ ଗାନ୍ଧୀ ଜେନ ଜୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଫଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ତେଣୁ ରାହୁଳ ଗାନ୍ଧୀଙ୍କୁ ବଦନାମ କରିବା ସହ ଗୁଳି ମାରି ହତ୍ୟା କରିବାକୁ ଧମକ ଦିଆଯାଉଛି ।
ଊକ୍ତ ଫେସବୁକ ପୋଷ୍ଟକୁ ନେଇ କଂଗ୍ରେସ ପକ୍ଷରୁ ଓପିସିସି ଲିଗାଲ ବିଭାଗର ସହ ଅଧ୍ୟକ୍ଷ ଆଲୋକ ପ୍ରସାଦ ନନ୍ଦ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି 27 ତାରିଖରେ ସାଇବର ଥାନାରେ ନଏଫଆଇଆର ଦିଆ ଯାଇଛି ଥିଲା କିନ୍ତୁ ଏଯାବତ ସଂପୃକ୍ତ ଯୁବକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବିଜେପି ଦଳର ଇଙ୍ଗିତରେ ସଂପୃକ୍ତ ଯୁବକ ଏଭଳି ପୋଷ୍ଟ କରିଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏଭଳି ପୋଷ୍ଟ ହୋଇଥିଲେ ସଂପୃକ୍ତ ଦୋଷୀକୁ କଣ ଗିରଫ କରା ଯାଇ ନଥାନ୍ତା କି ବୋଲି ସେ ପ୍ରଶ୍ନ କରିଛନ୍ତି ? ବିଜେପି ଦଳର କୌଣସି ନେତାଙ୍କ ବିରୋଧରେ ଏଭଳି ପୋଷ୍ଟ କରା ଯାଇଥିଲେ ଆଜିକୁ ସେ ଗିରଫ ହୋଇସାରନ୍ତାଣି।କେଊଁ ଊଦ୍ଦେଶ୍ୟ ରଖି ପୋଲିସ ସଂପୃକ୍ତ ଦୋଷୀଙ୍କୁ ଗିରଫ କରୁ ନାହିଁ ବୋଲି ଜଗଦାନନ୍ଦ ପ୍ରଶ୍ନ କରିଛନ୍ତି।
ସୁବ୍ରତ ତାଙ୍କର ପ୍ରଥମ ପୋଷ୍ଟରେ ଅତି କଦର୍ଯ୍ୟ ଭାଷାରେ ଶଳା ହାରାମି ଦେଶ ଦ୍ରୋହୀ ରାହୁଳକୁ ମହାତ୍ମା ଗାନ୍ଧୀ ଓ ଇନ୍ଦିରା ଗାନ୍ଧୀଙ୍କ ଭଳି ଗୁଳି ମାରି ହତ୍ୟା କରିବାକୁ ଧମକ ଦେଇଛନ୍ତି।ଦ୍ବିତୀୟ ପୋଷ୍ଟରେ ଦେଶଦ୍ରୋହୀ, ସୁବିଧାବାଦୀ ଓ ଭାରତର କଳଙ୍କ ସହ ପାକିସ୍ତାନୀ ବୋଲି କହିଛନ୍ତି l ଦୋଷୀକୁ ଭାରତୀୟ ନ୍ୟାୟ ସଂହିତାର ୩୫୧,୩୫୨,୩୫୩ ପରି ଅନ୍ୟାନ୍ୟ ସଙ୍ଗୀନ ଦଫା ଅନୁସାରେ ତାକୁ କଠୋରରୁ କଠୋର ଦଣ୍ଡବିଧାନ କରିବାକୁ ଶ୍ରୀ ପ୍ରଧାନ ଦାବୀ କରିଛନ୍ତି l
ମୁଖପାତ୍ର ଶ୍ରୀମତୀ ପାତ୍ର ପ୍ରଶ୍ନ କରିଛନ୍ତି ଯେ, ଜାତୀୟ ତଥା ବିରୋଧୀ ଦଳର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କୁ ସୋସିଆଲ ମିଡ଼ିଆରେ ଗୁଳି କରି ହତ୍ୟା ସହ ଅଶ୍ଳୀଳ ଭାଷା ଓ ପାକିସ୍ତାନୀ ଆତଙ୍କବାଦୀ ପରି ଶଦ୍ଦର ବ୍ୟବହାର ପରେ ଓଡ଼ିଶା ପୋଲିସ୍ ର ଅସମ୍ଭବ ନୀରବତା କାହିଁକି ?
ଆଇନ ସମସ୍ତଙ୍କ ପାଇଁ ସମାନ ଯଦି ଏହି ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ମନ୍ତବ୍ୟ ଦେଇ ଏଆଇ ଭିଡିଓ କରାଗଲେ ଯଦି ରାତି ଅଧରେ କରାଯାଇ ପାରୁଛି ତେବେ ଏହି କ୍ଷେତ୍ରରେ ଗିରଫ କରିବାରେ ବିଳମ୍ବ କାହିଁକି ?
ବାସ୍ତବରେ ବିଜେପି ସମର୍ଥିତ ଏଭଳି ସୋସିଆଲ ମିଡିଆ ଇଂଫ୍ଲୁଏନ୍ସରଙ୍କୁ ବିଜେପି ପ୍ରଚ୍ଛଦପଟରେ ରହି ଫଣ୍ଡିଙ୍ଗ କରୁଛି ବୋଲି ଶ୍ରୀମତୀ ପାତ୍ର କହିଛନ୍ତି। ତୁରନ୍ତ ଏଭଳି ଅସାମାଜିକ ବ୍ୟକ୍ତିକୁ ଗିରଫ କରାଯାଉ ନଚେତ୍ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking