ଭୁବନେଶ୍ବର: ବାଲିପାଟଣା ଥାନା ନରିଶୋ ପଞ୍ଚାୟତ ସ୍ଥିତ କଣ୍ଟାପଡ଼ା ନିକଟରେ ପ୍ରବାହିତ ପ୍ରାଚୀ ନଦୀ ଗର୍ଭରେ ଅଜଣା ମୃତଦେହ ଭାସୁଥିବା ଦେଖା ଯାଇଛି | ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ନିଆଳୀ ଅଗ୍ନିଶମ ବିଭାଗ ଓ ବାଲିପାଟଣା ଥାନା ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ପରବର୍ତ୍ତୀ ସମୟରେ ମୃତ୍ୟୁ ବ୍ୟକ୍ତି ପ୍ରାଚୀ ନଦୀକୁ କେମିତି ଆସିଲେ। ତାଙ୍କ ପରିଚୟ କ’ଣ ପୁଲିସ ଖୋଳତାଡ଼ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି ।










