28.3 C
Bhubaneswar
Tuesday, July 28, 2026
Homeଓଡିଶାକାକଟପୁର ବ୍ଲକ ଆଗରେ ଅଖିଳ ଭାରତ କୃଷକ ସଭାର ଧାରଣା

କାକଟପୁର ବ୍ଲକ ଆଗରେ ଅଖିଳ ଭାରତ କୃଷକ ସଭାର ଧାରଣା

କାକଟପୁର: ରାଜ୍ୟରେ ସାର ସଂକଟ, ଚାଷୀମାରଣ ନୀତି ଓ କୃଷି ଋଣ ଛାଡ଼ ପ୍ରତିବାଦରରେ ଆଜି ଅଖିଳ ଭାରତ କୃଷକ ସଭା ଆନ୍ଦୋଳନ କରିଛି । କାକଟପୁର ବ୍ଲକ ସାମ୍ନାରେ ସଂଗଠନ ତରଫରୁ ସିପିଆଇର ବରିଷ୍ଠ ନେତା ଆଶିଷ କୁମାର କାନୁନଗୋଙ୍କ ନେତୃତ୍ୱରେ ଶହ ଶହ ଚାଷୀ ଏକ୍ରତ୍ରିତ ହୋଇଥିଲେ । ଏହି ଧାରଣାରେ ଅନେକ କୃଷକ ନେତା ବି ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କ କୃଷି ମାରଣ ନୀତି, ଚାଷୀମାନଙ୍କ ପାଇଁ ସାର ସଂକଟ ଭଳି ସମସ୍ୟା ଉପରେ ନେତାମାନେ ବକ୍ତବ୍ୟ ରଖିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ସେ କାକଟପୁର ବ୍ଲକ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବିଡିଓ ନିଜେ ଆସି ଧାରଣା ସ୍ଥଳରେ ଆନ୍ଦୋଳନରତ କୃଷକମାନଙ୍କ ସହ ଆଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking