ନୂଆଦିଲ୍ଲୀ: ସଂସଦରେ ଆଜି ପେପର ଲିକ୍ ନିରୋଧୀ ଆଇନକୁ ନେଇ ଜୋରଦାର ଆଲୋଚନା ଚାଲିଛି । ସରକାର ବିରୋଧୀଙ୍କ ସ୍ୱରକୁ ଚାପି ଦେବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ କିନ୍ତୁ ଫୁଲ୍ ଦମରେ ସରକାରଙ୍କୁ ଘେରିଛନ୍ତି । ୧୦ ଘଣ୍ଟା ଧରି ପେପର ଲିକ୍ ନିରୋଧୀ ଆଇନ ଉପରେ ତର୍କ ବିତର୍କ ହେବ । ଏହାରି ଭିତରେ ସରକାରଙ୍କ ଉପରେ ଭାରି ପଡ଼ୁଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । କଥା କଥାରେ ସରକାରଙ୍କୁ ପିନ୍ ପଏଣ୍ଟ ସମାଲୋଚନା କରୁଛନ୍ତି । ସେ କଟାକ୍ଷ ଢ଼ଙ୍ଗରେ କହିଛନ୍ତି କି, ଯେଉଁ ସରକାର ହିନ୍ଦୁଙ୍କ ଆସ୍ଥା ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ଦାନ ଚୋରି ରୋକିପାରୁନି, ସେହି ସରକାର ଠାରୁ ପ୍ରଶ୍ନପତ୍ର ଲିକ୍ ବନ୍ଦ କରିବା ଭଳି ଆଶା କରିବା ବୋକାମୀ ହେବ । ସରକାର କେବଳ ଆଜିର ତାତିକୁ ଉପଶମ କରିବାକୁ ଏହି ଆଇନର ଚାଲ୍ କରୁଛନ୍ତି ।
ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆପାତକାଳ କଥା ଉଠାଇ କଂଗ୍ରେସକୁ ଘେରିବାକୁ ଚେଷ୍ଟା କରୁଥିବା ବେଳେ ଅଖିଳେଶ ଯାଦବ ସିିଧା ସିଧା କିରଣ ରିଜିଜୁଙ୍କୁ ଟାର୍ଗେଟ କରି ମୁହଁ ବନ୍ଦ କରିଦେଇଥିଲେ । ସେ କହିଥିଲେ କି, ଇନ୍ଦିରାଙ୍କ ସମୟରେ କିଛି ନିର୍ଦ୍ଧିଷ୍ଟ ସମୟ ପାଇଁ ବିରୋଧୀ ଓ ଦେଶର ନାଗରିକଙ୍କ ଉପରେ ଜୁଲୁମ୍ ହୋଇଥିଲା । ହେଲେ ବିଜେପି ସରକାର ସମୟରେ ଦୀର୍ଘ ୧୨ ବର୍ଷ ହେବ ସରକାର ବିରୋଧୀ ଓ ଦେଶର ନାଗରିକଙ୍କ ଉପରେ ଜୁଲୁମ୍ ଚଳାଇଛନ୍ତି ।
ଅଖିଳେଶ କହିଛନ୍ତି କି, ଗଣତନ୍ତ୍ରରେ ଏକଛତ୍ରବାଦ ଚାଲିବ ନାହିଁ । ତୁମେ ବିରୋଧୀଙ୍କୁ ଇଡି ଓ ସିବିଆଇ ଭୟ ଦେଖାଇ ସେମାନଙ୍କର ମୁହଁ ବନ୍ଦ କରିପାର, ହେଲେ ମାତ୍ର କେଇଟା କଲେଜ ଛାତ୍ର ସରକାରଙ୍କ ଗର୍ବ ଭାଙ୍ଗିଦେଲେ । ଏହି ପ୍ରସଙ୍ଗରୁ ଟିକେ ଉପରକୁ ଉଠି ଅଖିଳେଶ ଏକ ସନ୍ଧି ରାଜନୀତିର କଥା କହିଥିଲେ । ଛାତ୍ର ଆନ୍ଦୋଳନରେ ମୁଣ୍ଡ ନୁଆଁଇ ସରକାର ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦିଆକରାଇନଥାନ୍ତେ, ତେବେ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା










