33.8 C
Bhubaneswar
Monday, July 27, 2026
Homeଓଡିଶାମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ: ବାଧାପ୍ରାପ୍ତ ହେଲା ରେଳ ଚଳାଚଳ

ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ: ବାଧାପ୍ରାପ୍ତ ହେଲା ରେଳ ଚଳାଚଳ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଛି । ସୂଚନା ଅନୁସାରେ,  ବଲାଙ୍ଗିର ପଟୁ ଆସୁଥିବା ସମୟରେ ଟିଟିଲାଗଡ଼-ସିକେର ମୁଖ୍ୟ ରେଳପଥରେ ଏହି ଅଘଟଣ ଘଟିଥିଲା । ହଠାତ୍ ଟ୍ରେନ୍‌ର ଗୋଟିଏ ବଗି ରେଳଧାରଣାରୁ ଖସିଯିବାରୁ ସମଗ୍ର ଲାଇନ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାର ଖବର ପାଇବା ମାତ୍ରେ ରେଳ ବିଭାଗର ଅଧିକାରୀ ଏବଂ ଟେକ୍ନିକାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ । ଲାଇନ୍‌ଚ୍ୟୁତ ବଗିକୁ ପୁଣି ରେଳଧାରଣାକୁ ଆଣିବା ସହ ରେଳପଥକୁ ସ୍ୱାଭାବିକ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି ।ଏହି ଘଟଣା ଯୋଗୁଁ ଟିଟିଲାଗଡ଼-ସିକେର ରୁଟ୍‌ରେ ଟ୍ରେନ୍ ଚଳାଚଳ ସାମୟିକ ଭାବେ ପ୍ରଭାବିତ ହୋଇଥିବାବେଳେ କେତେକ ଟ୍ରେନ୍‌ର ସମୟସୂଚୀରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ତେବେ ଏହି ଦୁର୍ଘଟଣାରେ କୌଣସି ଜନହାନି କିମ୍ବା ଆହତ ହେବାର ଖବର ମିଳିନାହିଁ, କାରଣ ଏହା ଏକ ମାଲବାହୀ ଟ୍ରେନ୍ ଥିଲା । ଲାଇନ୍‌ଚ୍ୟୁତ ହେବାର ପ୍ରକୃତ କାରଣ କଣ, ତାହା ଜାଣିବା ପାଇଁ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଯଥାଶୀଘ୍ର ରେଳପଥ ସ୍ୱାଭାବିକ କରି ଟ୍ରେନ୍ ଚଳାଚଳ ପୁନରୁଦ୍ଧାର କରିବାକୁ ପଦକ୍ଷେପ ନିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking