33.8 C
Bhubaneswar
Monday, July 27, 2026
Homeଓଡିଶାଶ୍ରାବଣର ପ୍ରଥମ ସୋମବାରରେ ବାବା କୁଶଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସୁଅ

ଶ୍ରାବଣର ପ୍ରଥମ ସୋମବାରରେ ବାବା କୁଶଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସୁଅ

କେନ୍ଦୁଝର: ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ କେନ୍ଦୁଝର ଜିଲ୍ଲାର ଦେଓଗାଁ ସ୍ଥିତ ପ୍ରାଚୀନ ଶୈବପୀଠ ବାବା କୁଶଳେଶ୍ୱର ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଲମ୍ବାଧାଡି ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ କାଉଡିଆ ଭକ୍ତମାନେ ପବିତ୍ର ପବିତ୍ର ଜଳ ଆଣି ବାବ କୁଶେଳଶ୍ୱରଙ୍କ ଜଳାଭିଷେକ କରିଛନ୍ତି । ଭୋର ପ୍ରାୟ ସାଢେ ଦୁଇଟାରୁ ମନ୍ଦିରରେ ନୀତିକାନ୍ତି ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପୂଜାନୀତି ଶେଷ ହେବା ପରେ ଭକ୍ତମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଖୋଲାଯାଇଥିଲା । ଏହାପରେ ହଜାର ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ବାବାଙ୍କ ଦର୍ଶନ କରିବା ସହ ଜଳାଭିଷେକ କରିଥିଲେ । ମନ୍ଦିର ପରିସରରେ ବୋଲବମ , ହର ହର ବମ, ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା । କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା, ଦର୍ଶନ ଏବଂ ଶୃଙ୍ଖଳା ରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking