ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ ରୋକିବାକୁ ସଂସଦରେ ଆଗତ ହେଲା ବିଲ । ଲୋକସଭାରେ ଆଗତ କଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ -୨୦୨୬ ଆଗତ କରାଯାଇଛି । ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ମଧ୍ୟରେ ବିଲ ଆଗତ ହୋଇଛି । ବିଲ ଉପରେ ଚର୍ଚ୍ଚାରେ ଭାଗ ନେବାକୁ ବିରୋଧୀଙ୍କୁ ବାଚସ୍ପତି ଅପିଲ କରିଛନ୍ତି । ପ୍ରବଳ ହଟ୍ଟଗୋଳ ପରେ ଅପରାହ୍ନ ୨ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି । ଯଦିଓ ଆଗକୁ ପ୍ରଶ୍ନପତ୍ର ଲିକ ହୁଏ ସେଥିପାଇଁ ଦୋଷୀଙ୍କୁ ୧୦ ବର୍ଷ କାରଦଣ୍ଡ ଭୋଗିବାକୁ ପଡିବ । ୧୦ କୋଟି ଯାଏଁ ଜରିମାନା ଦେବାକୁ ପଡିବ । କ୍ଷତି ଅର୍ଥ ଦୋଷୀଙ୍କଠାରୁ ଆଦାୟ କରାଯିବ । ଫାଷ୍ଟଟ୍ରାକ କୋର୍ଟରେ ମାମଲା ବିଚାର କରାଯିବ । ରାୟ ବିରୋଧରେ ଆବେଦନର ଶୁଣାଣି ତିନି ମାସରେ ସରିବ । ବହୁ ଦିନ ଧରି ମାମଲା ରହିବ ନାହିଁ ।










