28.9 C
Bhubaneswar
Sunday, July 26, 2026
Homeଓଡିଶାଲୋୟର ସୁକତେଲ ପ୍ରକଳ୍ପରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ

ଲୋୟର ସୁକତେଲ ପ୍ରକଳ୍ପରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ

ବଲାଙ୍ଗିର:ବଲାଙ୍ଗିର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ଛାଡ଼ିଲା ବର୍ଷର ପ୍ରଥମ ବନ୍ୟା ଜଳ। ପ୍ରକଳ୍ପ ଜଳସ୍ତର କ୍ଷମତା ୨୦୬ ମିଟର ହୋଇଥିବା ବେଳେ ଆଜି ସକାଳ ସୁଦ୍ଧା ଜଳସ୍ତର ୨୦୦.୨୦ ମିଟରରେ ପହଞ୍ଚିଥିଲା। ପ୍ରକଳ୍ପ ମଧ୍ୟକୁ ପ୍ରତି ସେକେଣ୍ଡରେ ୫ଶହ କ୍ୟୁମେକ୍ ପାଣି ପ୍ରବେଶ କରୁଛି। ନଦୀବନ୍ଧ ଉପର ମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁଁ ପ୍ରକଳ୍ପରେ ଜଳସ୍ତର ବୃଦ୍ଧି ପାଇ ୨୦୦.୨୦ ମିଟରରେ ପହଞ୍ଚିଥିଲା। ପ୍ରକଳ୍ପ ପ୍ରଭାବିତ କୁମିଆଁପାଲିର ୮୪ ଆଦିବାସୀ ପରିବାର ଗାଁ ଛାଡ଼ି ନ ଥିବା ବେଳେ ଶନିବାର ଭୋର ପ୍ରାୟ ୩ ଟାରୁ ଗାଁ ଭିତରେ ନଦୀପାଣି ପଶିଛି। ଗ୍ରାମବାସୀ ଜଳ ଘେରରେ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରସାଶନ ପକ୍ଷରୁ ଆଜି ଅପରାହ୍ନ ପ୍ରାୟ ୧.୪୫ରୁ ୨ଟା ମଧ୍ୟରେ ପ୍ରକଳ୍ପର ତିନୋଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ଚଳିତ ବର୍ଷାଋତୁରେ ପ୍ରକଳ୍ପରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଉ ଥିବାରୁ ଏହା ଦେଖିବାକୁ ପ୍ରକଳ୍ପ ନିକଟରେ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking