25.7 C
Bhubaneswar
Saturday, July 25, 2026
Homeଦେଶ ବିଦେଶ୫ ଦିନରେ ୨୦୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

୫ ଦିନରେ ୨୦୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଚଳିତ ସପ୍ତାହ ଭାରତୀୟ ଇକ୍ବିଟି ବଜାର ପାଇଁ ଖରାପ ସମୟ ଥିଲା। ଅଶୋଧିତ ତୈଳ ଦରରେ ବୃଦ୍ଧି ଏବଂ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ପ୍ରଭାବରେ ନିବେଶକମାନେ ସବୁ ଦିନ ବିପୁଳ ପରିମାଣର ସେୟାର ବିକ୍ରି କରିଥିଲେ। ସମସ୍ତ ପାଞ୍ଚଟି କାରବାର ଦିନରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ କିଛି କିଛି ପଏଣ୍ଟ ହରାଇଥିଲା।ଏହି ସପ୍ତାହରେ ସେନ୍‌ସେକ୍ସ ୨୦୯୨ ପଏଣ୍ଟ୍‌ ହରାଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ଏହାର ସର୍ବନିମ୍ନ ସ୍ତର ୨୩,୭୬୭ ପଏଣ୍ଟକୁ ଖସିଆସିଛି। ଦେଶର କିଛି ବଡ଼ କମ୍ପାନିର ଆର୍ଥିକ କାରବାର ଆଶାନୁରୂପ ନ ରହିବ, ଅଶୋଧିତ ତୈଳ ଦର ବ୍ୟାରେଲକୁ ୧୦୦ ଡଲାରରୁ ଉପରକୁ ଚାଲିଯିବା, ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୯୬-୯୭ ଟଙ୍କା ସ୍ତରରେ ରହିବା, ହର୍ମୁଜ ପ୍ରଣାଳୀରେ ଦେଖାଦେଇଥିବା ଅନିଶ୍ଚିତତା ଆଦି କାରଣ ପାଇଁ ନିବେଶକମାନେ ସେୟାର ବିକ୍ରି କରିଥିଲେ। ଆସନ୍ତା ସପ୍ତାହରେ ଘୋଷଣା ହେବାକୁ ଥିବା କମ୍ପାନିଗୁଡ଼ିକର ଆର୍ଥିକ ଫଳାଫଳ, ଅଶୋଧିତ ତେଲ ଦର ଉପରେ ବଜାରରେ କିଭଳି କାରବାର ହେବ ତାହା ନିର୍ଭର କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking