28.6 C
Bhubaneswar
Saturday, July 25, 2026
Homeଓଡିଶାଆୟକର ବିଭାଗର ୧୬୬ତମ ପ୍ରତିଷ୍ଠା ଦିବସ ପାଳିତ

ଆୟକର ବିଭାଗର ୧୬୬ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଆୟକର ବିଭାଗର ୧୬୬ତମ ପ୍ରତିଷ୍ଠା ଦିବସ ପାଳିତ । ରାଜଧାନୀ ଭୁବନେଶ୍ଵରର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଥିବା ଏହି ଭବ୍ୟ ଉତ୍ସବରେ ବିଭିନ୍ନ ସଚେତନତାମୂଳକ ଓ ଜନସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟ ଆୟକର ବିଭାଗ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ପ୍ରତିଷ୍ଠା ଦିବସ ସମାରୋହରେ ନିଜକୁ ସାମିଲ କରିଥିଲେ । ଏହି ଅବସରରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT)ଙ୍କ ନିର୍ଦ୍ଦେଶକ୍ରମେ କରଦାତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ସ୍ୱଚ୍ଛ କର ବ୍ୟବସ୍ଥା ଓ ଉନ୍ନତ ସେବା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ଆୟକର ବିଭାଗ ପକ୍ଷରୁ ରକ୍ତଦାନ ଶିବିର, ବୃକ୍ଷରୋପଣ, ସ୍ୱଚ୍ଛତା କାର୍ଯ୍ୟକ୍ରମ, କରଦାତା ସଚେତନତା ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏହା ସହ ଜନସାଧାରଣଙ୍କ ମଧ୍ୟରେ କର ପ୍ରଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ବିଶେଷ ପ୍ରୟାସ କରାଯାଉଥିବା ବେଳେ ଆୟକର ପ୍ରିମିୟର ଲିଗ୍, ମାରାଥନ୍ ଓ ‘ଟ୍ୟାକ୍ସାଥନ୍’ ପରି କାର୍ଯ୍ୟକ୍ରମ ବି ଆୟୋଜନ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆୟକର ବିଭାଗ କରଦାତାଙ୍କୁ ଅଧିକ ସ୍ୱଚ୍ଛ, ସରଳ ଓ ଡିଜିଟାଲ୍ ସେବା ଯୋଗାଇବା ପାଇଁ ପ୍ରତିବଦ୍ଧ ବୋଲି କହିଛନ୍ତି ରାଜ୍ୟ ଆୟକର ବିଭାଗର ପ୍ରିନ୍ସିପାଲ ଚିଫ କମିଶନର ଡ଼ଃ ଡି ସୁଧାକର ରାଓ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking