31.7 C
Bhubaneswar
Friday, July 24, 2026
Homeଓଡିଶାସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ 

ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ 

ଆନନ୍ଦପୁର: ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି l ମୃତକ ଆନନ୍ଦପୁର ଥାନା ଅନ୍ତର୍ଗତ ବଂଚୋ ଗ୍ରାମର  ଅନାମ ଚରଣ ରାଉତ (୫୦)l ଅନାମ ଗତକାଲି  ସନ୍ଧ୍ୟାରେ ବାଡ଼ି ପଟକୁ ଯାଇଥିବାବେଳେ ପାଦକୁ କଣ ଗୋଟେ କାମୁଡ଼ି ଦେଇଥିଲା lସେ ଏହାକୁ ଗୁରୁତ୍ୱ ନଦେଇ ଖାଇସାରି ଶୋଇଥିବା ବେଳେ ହଠାତ ମୁଣ୍ଡ ଓ ଦେହ କଣ ହେଇଯାଉଛି କହିବା ସହ କିଛି ସମୟ ମଧ୍ୟରେ ଗୁରୁତର ହୋଇ ପଡ଼ିଥିଲେ  l ରାତି ସାଢେ ୩ଟା ସମୟରେ ପରିବାର ଲୋକେ  ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଆନନ୍ଦପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ କରାଇଛିl ତାଙ୍କ ପରଲୋକରେ ଗ୍ରାମରେ ଶୋକ ପ୍ରକାଶ ପାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking