ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ କରି ମୁମ୍ବାଇରେ ହୋଇଥିବା ପ୍ରତିବାଦ ମଧ୍ୟରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ୨୭ ବର୍ଷୀୟା ମଡେଲ୍ ଓ ଅଭିନେତ୍ରୀ ରିୟା ଅହିର । ସୋସିଆଲ୍ ମିଡିଆରେ ଭାଇରାଲ୍ ଏକ ଭିଡିଓରେ ସେ ଛାତ୍ର ପ୍ରଦର୍ଶନକାରୀଙ୍କୁ ନେଇ ଯାଉଥିବା ମୁମ୍ବାଇ ପୁଲିସର ଏକ ଭ୍ୟାନ୍ ସାମ୍ନାରେ ଏକା ଠିଆ ହୋଇଥିବା ଦେଖାଯାଇଛି ।
ଦାଦରର ଶିବାଜୀ ପାର୍କ ଅଞ୍ଚଳରେ ପ୍ରତିବାଦ ବେଳେ ପୁଲିସ କେତେକ ପ୍ରଦର୍ଶନକାରୀଙ୍କୁ ଅଟକ ରଖି ଭ୍ୟାନରେ ନେଉଥିଲା । ସେତେବେଳେ ରିୟା ଭ୍ୟାନ୍ ସାମ୍ନାରେ ଠିଆ ହୋଇ ଗାଡ଼ିକୁ ଆଗକୁ ବଢ଼ିବାକୁ ଦେଇନଥିବାର ଦୃଶ୍ୟ ଦେଖଇବାକୁ ମିଳିଥିଲା । ପରେ ଅଟକ ଥିବା ପ୍ରଦର୍ଶନକାରୀଙ୍କୁ ଛାଡ଼ି ଦିଆଯାଇଥିବା ଦାବି କରାଯାଇଛି । ରିୟା ଅହିର ଜଣେ ମଡେଲ୍, ଅଭିନେତ୍ରୀ ଏବଂ ଉଦ୍ୟୋଗୀ । ତାଙ୍କର ରିହାସତ ନାମରେ ଏକ ପୋଷାକ ବ୍ରାଣ୍ଡ ମଧ୍ୟ ରହିଛି ଏବଂ ସେ କେତେକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଛନ୍ତି । ତାହା ସହ ସେ ଜଣେ ଧାର୍ମିକ ମଧ୍ୟ, କିଛି ଦିନ ହେବ ସେ ସୋସିଆଲ ମିଡିଆରେ ଅନେକ ଛାଇଯାଇଥିଲେ ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରିୟା କହିଛନ୍ତି, ସେ ଛାତ୍ରୀ ନୁହନ୍ତି, କିନ୍ତୁ ଛାତ୍ରଙ୍କ ସହ ହୋଇଥିବା ବ୍ୟବହାରକୁ ଭୁଲ ବୋଲି ଭାବିଥିଲେ । ସେଥିପାଇଁ ଜଣେ ନାଗରିକ ଭାବେ ସେ ପ୍ରତିବାଦ କରିଥିବା କହିଛନ୍ତି । ଅନ୍ୟପଟେ, ତାଙ୍କ ଏହି ପଦକ୍ଷେପକୁ ନେଇ ସୋସିଆଲ୍ ମିଡିଆରେ ଅନେକ ପ୍ରଶଂସା ସହ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି ।










