30 C
Bhubaneswar
Thursday, July 23, 2026
Homeଓଡିଶାଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ପ୍ରସଙ୍ଗ: ସିପିଙ୍କ ବଡ଼ ପ୍ରତିକ୍ରିୟା

ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ପ୍ରସଙ୍ଗ: ସିପିଙ୍କ ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର:  ପୂର୍ବତନ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି ପ୍ରସଙ୍ଗରେ କମିସନରେଟ୍ ସିପି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଘଟଣାର ତଦନ୍ତ ପ୍ରକ୍ରିୟା ନିୟମ ଅନୁଯାୟୀ ଜାରି ରହିଛି ଏବଂ ଏହାକୁ ଗୁରୁତ୍ୱର ସହ ନିଆଯାଉଛି । ସିପିଙ୍କ ସୂଚନା ଅନୁଯାୟୀ, ଏହି ମାମଲାରେ ଦୁଇଜଣଙ୍କୁ ନୋଟିସ୍ ଜାରି କରାଯାଇଥିଲା । ସେଥିମଧ୍ୟରୁ ଜଣେ ବ୍ୟକ୍ତି ନିର୍ଦ୍ଧାରିତ ସମୟରେ ହାଜର ହୋଇ ତଦନ୍ତରେ ସହଯୋଗ କରିଥିଲେ । ତାଙ୍କ ବୟାନ ରେକର୍ଡ କରାଯିବା ସହ ଆବଶ୍ୟକୀୟ ତଦନ୍ତ କରାଯାଇଛି । ତେବେ ଅନ୍ୟଜଣେ ନୋଟିସ୍ ସତ୍ତ୍ୱେ ଏପର୍ଯ୍ୟନ୍ତ ହାଜର ହୋଇନାହାନ୍ତି ।ଏନେଇ ପୁଣିଥରେ ନୋଟିସ୍ ଜାରି କରାଯିବ ବୋଲି ସିପି ସ୍ପଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି, ଦ୍ୱିତୀୟ ନୋଟିସ୍ ପରେ ମଧ୍ୟ ଯଦି ସମ୍ପୃକ୍ତ ବ୍ୟକ୍ତି ହାଜର ନହୁଅନ୍ତି, ତେବେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ । ତଦନ୍ତକୁ ପ୍ରଭାବିତ ନକରି ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking